ଆଜି ଓଡ଼ିଆ ଚଳଚ୍ଚିତ୍ର ଦିବସ

ଯାତ୍ରା ପଥରେ ୯୦ ବର୍ଷ ଅତିକ୍ରାନ୍ତ କରିଛି ଓଡ଼ିଆ ସିନେମା । ୧୯୩୬ ଏପ୍ରିଲ୍ ୨୮ରେ ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ର ମୁକ୍ତିଲାଭ ଦିନ ହିସାବରେ ସମଗ୍ର ଓଲିଉଡ୍ ଆଜି ଓଡ଼ିଆ ଚଳଚ୍ଚିତ୍ର ଦିବସ ପାଳୁଛି ।ସରକାର ୨୦୧୯ ମାର୍ଚ୍ଚ ୨ରେ ‘ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି-୨୦୧୯’ ଆଣିଥିଲେ ।

ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ

ରାଜ୍ୟ କାହାଣୀ(ଭୁବନେଶ୍ଵର)ମଧୁବାବୁଙ୍କ ଜନ୍ମ ୧୮୪୮ ମସିହା ଏପ୍ରିଲ ଅଠେଇଶ ତାରିଖରେ ସତ୍ୟଭାମାପୁରର ମର୍ଯ୍ୟାଦାପୂର୍ଣ୍ଣ ଚଉଧୁରୀ ସୁଦର୍ଶନ ଦାସ ଓ ସତୀ କୃଷ୍ଣା ଦେଇଙ୍କ ବଂଶର ରଘୁନାଥ ଓ ପାର୍ବତୀ ଦେବୀଙ୍କ ତୃତୀୟ ସନ୍ତାନ ତଥା ପ୍ରଥମ ପୁତ୍ର ଭାବେ। ଗାଁ ଅବଧାନଙ୍କ ଚାଟଶାଳୀରୁ ମହାସିଂପୁର

ଭାରତ- ନ୍ୟୁଜିଲ୍ୟାଣ୍ଡ ଏଫଟିଏ ସ୍ୱାକ୍ଷରିତ

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହା ଅଧୀନରେ, ନ୍ୟୁଜିଲ୍ୟାଣ୍ଡକୁ ରପ୍ତାନି କରୁଥିବା ୧୦୦% ଭାରତୀୟଙ୍କୁ ଶୁଳ୍କ ଛାଡ଼ ମିଳିବ। ଏହି ସମୟରେ, ନ୍ୟୁଜିଲ୍ୟାଣ୍ଡରୁ ଭାରତକୁ ଆସୁଥିବା ୯୫% ସାମଗ୍ରୀ ଉପରେ ଶୁଳ୍କ ଛାଡ଼ କିମ୍ବା ହ୍ରାସ

ଖୁବ୍ ଶୀଘ୍ର ପ୍ରକାଶ ପାଇବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ

ଖୁବ୍ ଶୀଘ୍ର ପ୍ରକାଶ ପାଇବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ ।  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପରୀକ୍ଷା ପରିଚାଳନା ଠିକ୍ ଢଙ୍ଗରେ ହୋଇଥିଲା ।  ତ୍ରୁଟି ବିହୀନ ପରୀକ୍ଷା ପରିଚାଳନା ପରେ ଖୁବଶୀଘ୍ର ପିଲାଙ୍କ ରେଜଲ୍ଟ ବାହାରିବ ।

ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ୍‌

ରାଜ୍ୟ କାହାଣୀ (ଭୁବନେଶ୍ଵର)ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ୍‌ । ଆଇନ୍‌ରେ ଶ୍ରୀମନ୍ଦିର ଭଳି ରହିବ ବ୍ୟବସ୍ଥା । ଆଜି ଲୋକସେବା ଭବନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ ଦୁର୍ଗା

ଏସ୍ ସବି ମେଡିକାଲ୍ ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ଶିଶୁ ନିଖୋଜ ଘଟଣା ! ତଦନ୍ତ ନିର୍ଦ୍ଦେଶ 

ରାଜ୍ୟ କାହାଣୀ (ଭୁବନେଶ୍ଵର)SCB ମେଡିକାଲରୁ କୁଆଡେ ଗଲେ ୧୪ ନବଜାତ ଶିଶୁ। ମାନସିକ ଅନଗ୍ରସର ମହିଳାଙ୍କ ୧୪ ଜଣ ନବଜାତ ଶିଶୁଙ୍କ ମିଳୁନି ପତ୍ତା। ଅଭିଯୋଗ ପରେ ଆରମ୍ଭ ହୋଇଛି ତନାଘନା। ତେବେ ସନ୍ତାନ ପ୍ରସବ କରିଥିବା ଅସହାୟ ତଥା ମାନସିକ ଅନଗ୍ରସର ମହିଳାଙ୍କ ପିଲାଙ୍କୁ ଚୋରି କରାଯାଇଥିବା

ଦଳ ବିରୋଧୀ ବିଧାୟକଙ୍କ ଆବଶ୍ୟକତା ନାହିଁ: ପ୍ରମିଳା ମଲ୍ଲିକ

ରାଜ୍ୟ କାହାଣୀ (ଭୁବନେଶ୍ଵର)ଯେଉଁ ବିଧାୟକ ଦଳ ବିରୋଧୀ କାମ କରିଛନ୍ତି ତାଙ୍କର ଆବଶ୍ୟକତା ନାହିଁ । ଏପରି କହିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିଜେଡି ପକ୍ଷରୁ ମୁଖ୍ୟ ସଚେତକ ଭାବେ ମୁଁ ବାଚସ୍ପତିଙ୍କୁ ଲେଖିଛି । ଯେଉଁ ୮ ବିଧାୟକ ଦଳ ବିରୋଧୀ କାମ କରିଛନ୍ତି, ସେମାନଙ୍କର

ବାଚସ୍ପତିଙ୍କୁ ଭେଟିବେ ବିଜେଡିର ସମସ୍ତ ବିଧାୟକ, ନିଲମ୍ବିତ ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ କରିବେ ଦାବି

ରାଜ୍ୟ କାହାଣୀ (ଭୁବନେଶ୍ଵର)ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ୮ ନିଲମ୍ବିତ ବିଜେଡି ବିଧାୟକଙ୍କ ହେବ କି ସଭ୍ୟପଦ ରଦ୍ଦ ? ଏମିତି ଏକ ଚର୍ଚ୍ଚା ଲାଗି ରହିଥିବାବେଳେ ବାଚସ୍ପତିଙ୍କୁ ଭେଟିବେ ବିଜେଡିର ସମସ୍ତ ବିଧାୟକ ।ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଗତ ଜାନୁଆରୀ ୧୫ରେ ବିଜେଡି

29ରେ ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସରୁଛି ପ୍ରଚାର

ଆସନ୍ତା ଏପ୍ରିଲ 29 ତାରିଖରେ ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ । ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ଯେପରି ମତଦାନରେ ବାଧା ନ ଉପୁଜେ ସେଥିପ୍ରତି ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ(EC) । ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସବୁ ସ୍କୁଲ୍ ଓ କଲେଜ ଛୁଟି 

ରାଜ୍ୟ କାହାଣୀ (ଭୁବନେଶ୍ଵର)ରାଜ୍ୟରେ ଅସହ୍ୟ ଗରମ ଏବଂ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି। ଯାହାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଛୁଟିକୁ ନେଇ ବଡ଼ ଅପଡେଟ ଦେଇଛନ୍ତି । ଏପ୍ରିଲ ୨୭ରୁ ଜୁନ ୧୭ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।