ଅକ୍ଟୋବର ୨ରୁ ଭୁବନେଶ୍ୱରରୁ ପୁଣି ଉଡ଼ିବ ବ୍ୟାଙ୍କକ ବିମାନ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଆସନ୍ତା ଅକ୍ଟୋବର ୨ ତାରିଖରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ବ୍ୟାଙ୍କକ ରୁଟ୍ରେ ବିମାନ ଉଡ଼ାଣ ପୁଣି ଆରମ୍ଭ ହେବ।ପ୍ରାଥମିକ ସୂଚନା ଅନୁସାରେ, ସପ୍ତାହକୁ ଦୁଇଥର ଏହି ବିମାନ ସେବା ଉପଲବ୍ଧ ହେବ। ଏହା ଫଳରେ ଓଡ଼ିଶାରୁ ଥାଇଲାଣ୍ଡ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁବିଧାଜନକ ହେବ।କିଛି କାରଣରୁ ପୂର୍ବରୁ ଭୁବନେଶ୍ୱର-ବ୍ୟାଙ୍କକ ରୁଟ୍ରେ ବିମାନ ଉଡ଼ାଣ ବନ୍ଦ ରହିଥିଲା। ଏବେ ପୁଣି ଏହି ରୁଟ୍ରେ ବିମାନ ସେବା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ।ବିଶେଷକରି ଭୁବନେଶ୍ୱରରୁ ଦକ୍ଷିଣ-ପୂର୍ବ ଏସିଆ ସହ ଆକାଶପଥରେ ଯୋଗାଯୋଗକୁ ଏହି ସେବା ଆହୁରି ସୁଦୃଢ଼ କରିବ।