ଉତ୍ତରାଖଣ୍ଡରେ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା! ଏଥିରେ ପାଇଲଟଙ୍କ ସମେତ ୫ ଜଣ ଯାତ୍ରୀ ଥିଲେ

ଉତ୍ତରାଖଣ୍ଡର ବଦ୍ରିନାଥରୁ ଫେରୁଥିବା ଏକ ହେଲିକପ୍ଟର ଚମୋଲି ଜିଲ୍ଲାର ଯୋଶୀମଠ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟଙ୍କ ସମେତ ୫ ଜଣ ଯାତ୍ରୀ ଥିଲେ। ଘଟଣାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସୂଚନା ଦେଇଛନ୍ତି।ଟ୍ରାନ୍ସ ଭାରତ ଆଭିଏସନ୍‌ର ଏହି ହେଲିକପ୍ଟରଟି ଜୋଶୀମଠ ଉପତ୍ୟକା ଉପରେ ଉଡ଼ୁଥିବା ସମୟରେ ଏଟିସି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହାର ଟ୍ରାକିଂ ସିଷ୍ଟମ୍‌ ମଧ୍ୟ କାମ କରିବା ବନ୍ଦ କରିଦେଇଥିଲା। ପରେ ଚାୟି ଗାଁ ନିକଟରେ ହେଲିକପ୍ଟର ଦୁର୍ଘଟଣା ଖବର ମିଳିଥିଲା।ଖବର ପାଇ ଘଟଣାସ୍ଥଳକୁ ଭାରତୀୟ ସେନା, ଏସ୍‌ଡିଆର୍‌ଏଫ୍‌ ଓ ଜିଲ୍ଲା ପ୍ରଶାସନର ଟିମ୍‌ ପଠାଯାଇଛି। ଆଉ ଦୁଇଟି ହେଲିକପ୍ଟର ମଧ୍ୟ ସର୍ଚ୍ଚ ଅପରେସନ୍‌ରେ ନିୟୋଜିତ ହୋଇଛି। ଗୁରୁତର ଆହତଙ୍କୁ ତୁରନ୍ତ ବଡ଼ ହସ୍ପିଟାଲକୁ ନେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏହା ପୂର୍ବରୁ ମଧ୍ୟ ଜରୁରୀକାଳୀନ ଅବତରଣ ହୋଇଥିଲା | ଅକ୍ଟୋବର ମାସ ଆରମ୍ଭରେ, ଉତ୍ତରାଖଣ୍ଡରେ ‘ଚାର ଧାମ’ ତୀର୍ଥଯାତ୍ରା ପାଇଁ ନିୟୋଜିତ ହେଲିକପ୍ଟରଗୁଡ଼ିକର ଦୁଇଟି ଜରୁରୀକାଳୀନ ଅବତରଣ ଘଟଣା ସାମ୍ନାକୁ ଆସିଥିଲା। ଖରାପ ପାଗ ଯୋଗୁଁ ଗୋଟିଏ ହେଲିକପ୍ଟରକୁ ରୁଦ୍ରପ୍ରୟାଗରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା, ଅନ୍ୟପକ୍ଷରେ ଏକ ବୈଷୟିକ ତ୍ରୁଟି କାରଣରୁ ଅନ୍ୟ ଏକ ହେଲିକପ୍ଟରକୁ ଟେହରିରେ ଅବତରଣ କରିବାକୁ ପଡ଼ିଥିଲା।

You might also like