ଏସ୍‌ଆଇଆର୍‌ ଭୋଟର ତାଲିକା ପ୍ରକାଶ ତାରିଖ ଘୁଞ୍ଚାଇଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ (ECI) ହରିୟାଣା, ନାଗାଲାଣ୍ଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ସମେତ ଦିଲ୍ଲୀରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ସମୟସୀମା ବୃଦ୍ଧି କରିଛନ୍ତି। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ଉପରୋକ୍ତ ପାଞ୍ଚଟି ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ୩୦ ନଭେମ୍ବର ୨୦୨୬ରେ ପ୍ରକାଶ ପାଇବ। ଅନ୍ୟପକ୍ଷରେ, ଦିଲ୍ଲୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ତାରିଖକୁ ଘୁଞ୍ଚାଇ ୨୨ ଡିସେମ୍ବର ୨୦୨୬ ଧାର୍ଯ୍ୟ କରାଯାଇଛି। ଭୋଟର ତାଲିକାରେ ନାମ ସଂଯୋଗ, ସଂଶୋଧନ ଓ ଆପତ୍ତି ଅଭିଯୋଗର ଶୁଣାଣି ପ୍ରକ୍ରିୟା ପାଇଁ ମଧ୍ୟ ସମୟସୀମା ବୃଦ୍ଧି କରାଯାଇଛି।

You might also like