ଭୟ ଦେଖାଇବା ପାଇଁ ଗୁଳି ଫୁଟାଇଲେ, ନେଇଗଲେ ୧୨ ଲକ୍ଷ ଟଙ୍କାର ସୁନା ଗହଣା
ଭୁବନେଶ୍ୱର ( ରାଜ୍ୟକାହାଣୀ )ଚୋରି କରିବାକୁ ଫୁଟାଇଲେ ଗୁଳି । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନ ରଇପୁର ପଞ୍ଚାୟତ କଣ୍ଟିକା ଗାଁରେ ଚୋରଙ୍କ ଉନ୍ମତ୍ତ କାଣ୍ଡ।ଦୁଇଟି ବାଇକରେ ୬ ଜଣ ଦୁର୍ବୃତ୍ତ ଆସି ପିତବାସ ରାଉତଙ୍କ ଘରେ ପଶି ଲୁଟ୍ କରିବା ସହ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି।ଘର ମାଲିକଙ୍କୁ ଠେଙ୍ଗାରେ ମାଡ଼ ମାରିବା ସହ ବନ୍ଧୁକ ଓ ଭୁଜାଲି ଦେଖାଇ ପରିବାରକୁ ଧମକ ଦେଇଥିଲେ। ପ୍ରାୟ ୧୨ ଲକ୍ଷ ଟଙ୍କାର ସୁନା ଗହଣା ଓ ୪୦ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ।ଘଟଣାସ୍ଥଳରେ ଧୁଷୁରୀ ଥାନା ପୋଲିସ୍ ସହ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଚଳାଇଛନ୍ତି । କିଛି ଅଫୁଟା ଗୁଳି ଜବତ ସହ ଜଣକୁ ଅଟକ ରଖିଛି ପୋଲିସ ।