ସମ୍ ନର୍ସିଂ କଲେଜ -୧ର ବିଦେଶୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ଗ୍ରାଜୁଏସନ୍ ସମାରୋହ ଆୟୋଜିତ

ଭୁବନେଶ୍ୱର, ରାଜ୍ୟ କାହାଣୀ: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ନର୍ସିଂ କଲେଜ କ୍ୟାମ୍ପସ୍-୧ ର ୨୦୨୨-୨୦୨୬ ବ୍ୟାଚର ବିଏସ୍.ସି ନର୍ସିଂ ପାଠ୍ୟକ୍ରମରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ଗୁରୁବାର ଏକ ବିଶେଷ କାର୍ଯ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହିତ ଡିଗ୍ରୀ ପ୍ରଦାନ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ଏହି ଛାତ୍ରଛାତ୍ରୀମାନେ ନ୍ୟାସ୍ନାଲ୍ ଇନ୍ଷ୍ଟିଚୁ୍ୟସ୍ନାଲ ର୍ୟାଙ୍କିଙ୍ଗ ଫ୍ରେମ୍ୱାକ୍ (ଏନଆଇଆରଏଫ୍) ର୍ୟାଙ୍କିଙ୍ଗ୍ ଅନୁଯାୟୀ ଭାରତର ୧୫ତମ ଶ୍ରେ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବାରୁ ଗର୍ବିତ ହେବା ଆବଶ୍ୟକ । ଶିକ୍ଷାନୁ ।ନରୁ ଡିଗ୍ରୀ ହାସଲ କରିବା କେବଳ ଏକ ଶିକ୍ଷାଗତ ସଫଳତା ନୁହେଁ ବରଂ ଜୀବନର ଏକ ନୂଆ ଅଧ୍ୟାୟର ଅୟମାରମ୍ଭ । ଏହି ଶିକ୍ଷାନୁ ।ନରୁ ହାସଲ କରିଥିବା ଜ୍ଞାନ, ପ୍ରଶିକ୍ଷଣ ଓ ଅଭିଜ୍ଞତାକୁ ଛାତ୍ରଛାତ୍ରୀମାନେ ସମାଜ, ମାନବ ଜାତିର ସେବାରେ ତଥା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଆହ୍ୱାନପୂର୍ଣ୍ଣ ବୃତି ଭାବେ ଗ୍ରହଣ କରି କାର୍ଯ୍ୟ କରିବାକୁ ପ୍ରଫେସର ନନ୍ଦ କହିଥିଲେ ।ସେମାନଙ୍କର ବୃତିଗତ ଆଚରଣ, ଦକ୍ଷତା ଓ ସେବା ମାଧମ୍ୟରେ ଶିକ୍ଷାନୁ ।ନର ମର୍ଯ୍ୟାଦା ପ୍ରତିଫଳିତ ହେବ । ତେଣୁ ଛାତ୍ରଛାତ୍ରୀମାନେ ନିଜ ଡିଗ୍ରୀର ମର୍ଯ୍ୟାଦା ରକ୍ଷା କରି ସଚ୍ଚୋଟତା, ଦାୟିତ୍ୱବୋଧ ଓ ମାନବିକତା ସହ କାର୍ଯ୍ୟ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ସମ୍ ନର୍ସିଂ କଲେଜ -୧ ର ଡିନ୍ ପ୍ରଫେସର ସସ୍ମିତା ଦାସ, କଲେଜର ନିଦେ୍ର୍ଦଶିକା ପ୍ରଫେସର ପ୍ରଭାତୀ ତି୍ରପାଠୀ, ଆଡିସ୍ନାଲ୍ ଡିନ୍ ପ୍ରଫେସର ତପତୀ ଶାହା, କଂଟ୍ରୋଲର ଅଫ୍ ଏଗଜାମିନେସନ ପ୍ରଫେସର ମଞ୍ଜୁଳା ଦାସ, ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଓ ୟୁନିଭର୍ସିଟି ଆଉଟ୍ରିଚ ପ୍ରୋଗ୍ରାମ ଓ ଇଂଟରନ୍ୟାସନାଲ ରିଲେନସନ୍ସ ନିଦେ୍ର୍ଦଶକ ପ୍ରଫେସର ନଚିକେତା କେ. ଶର୍ମା ଉପସ୍ଥିତ ଥିଲେ ।

You might also like