ଜେଲେନସ୍କିଙ୍କ ବିମାନ ଡ୍ରୋନ୍ ଧକ୍କାରୁ ଅଳ୍ପକେ ରକ୍ଷା ପାଇଲା: ନରୱେ ପ୍ରଧାନମନ୍ତ୍ରୀ

ନରୱେ ରାଜାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ନେଇ ଯାଉଥିବା ଏକ ବିମାନ ମାଲଡୋଭାରୁ ଉଡ଼ାଣ କରିବା ସମୟରେ ଏକ ଡ୍ରୋନ୍ ଦ୍ୱାରା ଧକ୍କା ହେବାରୁ ଅଳ୍ପକେ ରକ୍ଷା ପାଇଛି। ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗାହର ଷ୍ଟୋରି ଏନେଇ ସୂଚନା ପ୍ରଦାନ କରିଛନ୍ତି। ୟୁକ୍ରେନର ପଡ଼ୋଶୀ ଦେଶ ମାଲଡୋଭାରୁ ଉଡ଼ାଣ ଆରମ୍ଭ କରିବା ସମୟରେ ଏଭଳି ଘଟିଥିବା ସେ କହିଛନ୍ତି।ରିପୋର୍ଟ ମୁତାବକ, ଏହି ଘଟଣା ପରେ ମୋଲଡୋଭା ସରକାର ସ୍ପଷ୍ଟ କରିଛନ୍ତି ଯେ ଡ୍ରୋନ୍ ଆଲର୍ଟ କାରଣରୁ ଦେଶର ଏୟାରସ୍ପେସ୍ କିଛି ସମୟ ପାଇଁ ବନ୍ଦ ରଖାଯାଇଥିଲା । ଏହି କାରଣରୁ ଜେଲେଙ୍କସିଙ୍କ ବିମାନ ଉଡ଼ାଣରେ ମଧ୍ୟ ବାଧା ଓ ବିଳମ୍ବ ଘଟିଥିଲା । ମୋଲଡୋଭା ଆକାଶମାର୍ଗରେ ଦୁଇଟି ରୁଷିଆର ଡ୍ରୋନ୍ ପ୍ରବେଶ କରିଥିବା ନେଇ ସୂଚନା ମିଳିଥିଲା । ସେଥିରୁ ଗୋଟିଏ ଡ୍ରୋନ୍ ରାଜଧାନୀ ନିକଟ ଏକ ଜମିରେ ଖସିପଡ଼ିବାରୁ ନିଆଁ ଲାଗିଯାଇଥିବା ବେଳେ ଅନ୍ୟ ଏକ ଡ୍ରୋନ୍ ପଡ଼ୋଶୀ ରୋମାନିଆ ଆକାଶମାର୍ଗ ଆଡ଼କୁ ଚାଲିଯାଇଥିଲା । ଏହି କାରଣରୁ ଚିସିନାଉ ବିମାନବନ୍ଦରରେ କିଛି ସମୟ ପାଇଁ ବିମାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା ଏବଂ ଅନେକ ବିମାନକୁ ଅନ୍ୟତ୍ର ଡାଇଭର୍ଟ କରାଯାଇଥିଲା । ପରେ ସୁରକ୍ଷା ଯାଞ୍ଚ ପରେ ଏୟାରସ୍ପେସ୍ ପୁନଃ ଖୋଲାଯାଇଥିଲା ଏବଂ ଜେଲେଙ୍କସିଙ୍କ ବିମାନକୁ ଉଡ଼ାଣ ପାଇଁ ଅନୁମତି ମିଳିଥିଲା ।

You might also like