ନଭେମ୍ବର ୨ ରୁ ୨୧ ଯାଏ ମାଟ୍ରିକ ଫର୍ମପୂରଣ

ଭୁବନେଶ୍ୱର ( ରାଜ୍ୟକାହାଣୀ )ମାଟ୍ରିକ ପରୀକ୍ଷା ନିମନ୍ତେ ନଭେମ୍ବର ୨ରୁ ଫର୍ମପୂରଣ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରେଗୁଲାର ଏବଂ ଏକ୍ସରେଗୁଲାର ବର୍ଗର ଛାତ୍ରଛାତ୍ରୀ ଏହି ଫର୍ମପୂରଣ କରିପାରିବେ। କେବଳ ଅନଲାଇନ ମାଧ୍ୟମରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ବା ପ୍ରଧାନଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ଫର୍ମକୁ ପୂରଣ କରିବାକୁ ନିର୍ଦେଶ ଦିଆଯାଇଛି।ଆସନ୍ତା ଫେବୃଆରୀ ଶେଷ କିମ୍ବା ମାର୍ଚ୍ଚରେ ଏହି ପରୀକ୍ଷା କରାଯିବାର ଯୋଜନା ରହିଛି। ଫର୍ମପୂରଣ ସମୟରେ ଯେଭଳି କୌଣସି ତ୍ରୁଟି ନ ହେବ; ସେଥିନେଇ ସମସ୍ତ ପ୍ରଧାନଶିକ୍ଷକଙ୍କୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ପରୀକ୍ଷାର୍ଥୀଙ୍କ ନାମ, ଶ୍ରେଣୀ, ରୋଲ ନମ୍ବର ଭଳି ବିଭିନ୍ନ ତଥ୍ୟ କିଭଳି ଦାଖଲ ହେବ ତାହା ଦର୍ଶାଯାଇଛି।

You might also like