ପ୍ରେମିକାଙ୍କ ସହ ରିଲ୍ସ କରୁଥିବା ବେଳେ ପାହାଡ଼ ତଳକୁ ଖସିପଡ଼ିଲେ ଯୁବକ
ଭୁବନେଶ୍ୱର ( ରାଜ୍ୟକାହାଣୀ )ରିଲ୍ସ କରିବା ନିଶା ହେଲା କାଳ ! ପ୍ରେମିକାଙ୍କ ସହ ରିଲ୍ସ କରୁଥିବା ବେଳେ ପାହାଡ଼ ତଳକୁ ଖସିପଡ଼ିଲେ ଯୁବକ। ବ୍ରହ୍ମପୁର ବାଙ୍କେଶ୍ୱରୀ ଘାଟୀ ରାସ୍ତାର ମୁଗୁରାନାଳରେ ରିଲ୍ସ କରୁଥିବା ବେଳେ ଅସାବଧାନତାବଶତଃ ପାହାଡ଼ ଉପରୁ ଖସି ପଡ଼ି ଜଣେ କଲେଜ ଛାତ୍ର ପ୍ରଖର ସ୍ରୋତରେ ଭାସିଯାଇଛନ୍ତି । ତେବେ ପୋଲିସ ଓ ଅଗ୍ନିଶମ ବାହିନୀର ଦେଢ଼ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।ବ୍ରହ୍ମପୁର ଅଞ୍ଚଳର ସାଇ ଶଙ୍କର ପଣ୍ଡା ନାମକ ଜଣେ ଯୁବକ ନିଜର ଜଣେ ଯୁବତୀ ବନ୍ଧୁଙ୍କ ସହ ବାଙ୍କେଶ୍ୱରୀ ଘାଟୀ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ । ସେଠାରେ ଥିବା ମୁଗୁରାନାଳ ନିକଟରେ ରିଲ୍ସ ଶୁଟିଂ କରୁଥିବା ସମୟରେ ହଠାତ୍ ସାଇ ଶଙ୍କରଙ୍କ ଗୋଡ଼ ଖସିଯାଇଥିଲା । ଫଳରେ ସେ ପାହାଡ଼ ଉପରୁ ସିଧାସଳଖ ନାଳର ପ୍ରଖର ସ୍ରୋତ ମଧ୍ୟକୁ ଖସି ପଡ଼ି ଭାସିଯାଇଥିଲେ ।ହେଲେ ସାଙ୍ଗରେ ଥିବା ଯୁବତୀ ଗାଏବ! । ଯୁବତୀଙ୍କ ଭୂମିକା ସନ୍ଦେହରେ ରହିଛି । ସେଠାରେ ଉପସ୍ଥିତ ଥିବା ଯୁବତୀଙ୍କୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଦମକଳ ବାହିନୀ ପହଁଚିବା ପରେ ଯୁବତୀ ସେଠାରୁ ଚାଲି ଯାଇଥିଲେ । ପୂରୂଷ ବନ୍ଧୁଙ୍କ ସହ ଏକାଠି ଆସିଥିଲେ, ତେବେ ସେ କୂଆଡ଼େ ଚାଲିଗଲେ? କାହିଁକି ସେଠାରୁ ପଳାଇଗଲେ ? ଯୁବତୀ ଜଣଙ୍କ କିଏ ?ଭାସି ଯାଇଥିବା ଖବର ଉପସ୍ଥିତ ଥିବା ଲୋକଙ୍କୁ ସେ ଜଣାଇଥିଲେ।