କଟକ ବାଲିଯାତ୍ରାରେ ବ୍ୟାଙ୍କ ଅଫ୍ ବରୋଦାର ଆକର୍ଷଣୀୟ ଷ୍ଟଲ୍
କଟକ, ରାଜ୍ୟ କାହାଣୀ: ଐତିହାସିକ କଟକ ବାଲିଯାତ୍ରାରେ ବ୍ୟାଙ୍କିଂ ସେବା ଓ ଗ୍ରାହକଙ୍କ ସୁବିଧାକୁ ଗୁରୁତ୍ୱ ଦେଇ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଏକ ସ୍ୱତନ୍ତ୍ର ଷ୍ଟଲ୍ ଖୋଲାଯାଇଛି। ଏହି ଷ୍ଟଲ୍କୁ ବ୍ୟାଙ୍କର ଭୁବନେଶ୍ୱର ଜୋନ୍ର ଡିଜିଏମ୍ (CA) ଶ୍ରୀ ରାକେଶ ଝା ଉଦ୍ଘାଟନ କରିଥିଲେ। ଏହି ଅବସରରେ କଟକ ରିଜିଅନ୍ର ଏଜିଏମ୍ ତଥା ଆର୍ଏଚ୍ ଶ୍ରୀମତୀ ଜ୍ୟୋତିର୍ମୟୀ ଜେନା ଏବଂ ଡିଆର୍ଏମ୍ ଶ୍ରୀ ମାନସ ରଞ୍ଜନ ସ୍ୱାଇଁ ଉପସ୍ଥିତ ଥିଲେ।
ବାଲିଯାତ୍ରାକୁ ଆସୁଥିବା ଲକ୍ଷ ଲକ୍ଷ ଦର୍ଶକଙ୍କ ସୁବିଧା ପାଇଁ ବ୍ୟାଙ୍କ ପକ୍ଷରୁ ଷ୍ଟଲ୍ରେ ଏଟିଏମ୍ ସ୍ଥାପନ ସହ ମୁଦ୍ରା ବିନିମୟ ବ୍ୟବସ୍ଥା କରାଯାଇଛି। ଏଥିସହ ବ୍ୟାଙ୍କର ବିଭିନ୍ନ ଋଣ ଓ ଜମା ଯୋଜନା ସମେତ ଆସେଟ୍ ଏବଂ ଲାଏବିଲିଟି ଉତ୍ପାଦ ସମ୍ପର୍କରେ ଷ୍ଟଲ୍ରେ ସୂଚନା ପ୍ରଦାନ କରାଯାଉଛି।
ଏହି ପଦକ୍ଷେପ ମାଧ୍ୟମରେ ବ୍ୟାଙ୍କ ଅଫ୍ ବରୋଦା ଜନସାଧାରଣଙ୍କ ମଧ୍ୟରେ ବ୍ୟାଙ୍କିଂ ସଚେତନତା ବୃଦ୍ଧି ସହ ଉତ୍ସବ ସମୟରେ ସହଜ ଓ ସୁବିଧାଜନକ ବ୍ୟାଙ୍କିଂ ସେବା ଯୋଗାଇବାର ଲକ୍ଷ୍ୟ ରଖିଛି।
ସରକାରୀ ଆକଳନ ଅନୁଯାୟୀ, ଡିସେମ୍ବର ୧, ୨୦୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବକୁ ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଆଗମନ ହେବାର ଆଶା ରହିଛି। ଏହି ମହାନ୍ ଜନଉତ୍ସବରେ ବ୍ୟାଙ୍କର ଯୋଗଦାନ ଗ୍ରାହକ ସେବା ଓ ସମାଜ ସହ ଏହାର ସମ୍ପର୍କକୁ ଆହୁରି ସୁଦୃଢ଼ କରିବ।