ରାଜରାସ୍ତାରେ ସୁଦଶା ବ୍ରତ ପାଳିଲେ ଅଙ୍ଗନବାଡି ଦିଦି

ଭୁବନେଶ୍ୱର ( ରାଜ୍ୟକାହାଣୀ )ରାସ୍ତାରେ ଝୋଟି ଚିତା ପଡିଛି, ଲକ୍ଷ୍ମୀ ପୁରାଣ ପଢ଼ିବା ସହିତ ମା’ ଲକ୍ଷ୍ମୀଙ୍କ ଫଟୋ, ଭୋଗ ଧାନ ରଖି ରାଜରାସ୍ତାରେ ମାଣବସା ଗୁରୁବାର ପାଳିଛନ୍ତି ହଜାର ହଜାର ଅଙ୍ଗନବାଡି କର୍ମୀ ।୭ ଦଫା ଦାବି ନେଇ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଆନ୍ଦୋଳନ ଚଳାଇଛନ୍ତି । ସରକାରୀ ମାନ୍ୟତା ସହ ମାସିକ ୩୦ ହଜାର ଟଙ୍କା ପାରିଶ୍ରମିକ ଦାବି ।ଭାରତୀୟ ମଜଦୁର ସଂଘ ସହବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ । ନିର୍ବାଚନୀ ପ୍ରତିଶ୍ରୁତି ପୂରଣରେ ରାଜ୍ୟ ସରକାରଙ୍କ ବିଳମ୍ବକୁ ବିରୋଧ କରି ସଂଘ ପକ୍ଷରୁ ଏହି ଡାକରା ଦିଆଯାଇଛି ।ଶହ ଶହ ଅଙ୍ଗନବାଡ଼ି କର୍ମୀ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି। ନଭେମ୍ବର ୨୩ରୁ ଚାଲିଥିବା ଅନିର୍ଦ୍ଦିଷ୍ଟ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ୪ ଦିନରେ ପହଞ୍ଚିଛି। ଆଗରୁ କୋରାପୁଟ, ରାୟଗଡ଼ା, ନବରଙ୍ଗପୁରର ଦିଦି ଆସିଥିଲେ, ଆଜି ପୁରୀ ଆଉ ନୟାଗଡ଼ ଜିଲ୍ଲା ଅଙ୍ଗନବାଡି କାର୍ମୀ ଯୋଡ଼ି ହୋଇଛନ୍ତି। ଆନ୍ଦୋଳନ ଯୋଗୁଁ ରାଜ୍ୟର ୭୫ ହଜାରରୁ ଅଧିକ କେନ୍ଦ୍ରରେ ତାଲା ପଡ଼ିଛି। ଲିଖିତ ପ୍ରତିଶ୍ରୁତି ନ ମିଳିଲା ଯାଏଁ ସେମାନେ ଗାନ୍ଧିମାର୍ଗ ଛାଡ଼ିବେ ନାହିଁ ବୋଲି ଦାବି କରିଛନ୍ତି।

You might also like