ନାଟକ ପରିବେଷଣ ବେଳେ ଟଳି ପଡିଲେ ହନୁମାନ
ଭୁବନେଶ୍ଵର (ରାଜ୍ୟ କାହାଣୀ)ମଞ୍ଚ ଉପରେ ଟଳି ପଡିଲେ ହନୁମାନ।ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଉଡିଆ ଗାଁରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ମଞ୍ଚସ୍ଥ ହେଉଥିଲା ରାମାୟଣ ନାଟକ । ନାଟକ ପରିବେଷଣ ବେଳେ ହନୁମାନ ବେଶରେ ଅଭିନୟ କରୁଥିବା ମିଥୁନ ପ୍ରଧାନଙ୍କ ମୃତ୍ୟୁ ହୋଇଛି। ତାଙ୍କୁ ତୁରନ୍ତ ଆଡପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତରେ ମିଥୁନଙ୍କ ମୃତ୍ୟୁ ହୋଇଥିବା ସୁଚନା।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।