ଟେଲି ଅଭିନେତ୍ରୀଙ୍କୁ ବାରରେ ଅସଦାଚରଣ ଘଟଣା; ୪ ଅଭିଯୁକ୍ତଙ୍କୁ ନୋଟିସରେ ଛାଡ଼ିଲା ପୋଲିସ

ଭୁବନେଶ୍ୱର ( ରାଜ୍ୟକାହାଣୀ )ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଏକ ବାରରେ ଜଣେ ଟେଲି ଅଭିନେତ୍ରୀଙ୍କୁ ଅସଦାଚରଣ ଘଟଣାରେ କମିଶନରେଟ୍ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା । ତେବେ ମାମଲା ରୁଜୁ ହୋଇଥିବା ଦଫାଗୁଡ଼ିକରେ ୭ ବର୍ଷରୁ କମ ସଜା ଥିବାରୁ ସମସ୍ତଙ୍କୁ କାଲି ରାତିରେ ନୋଟିସରେ ଛଡାଯାଇଛି । 35 (3) BNSS (ଭାରତୀୟ ନାଗରିକ ସୁରକ୍ଷା ସଂହିତା) ଅନୁଯାୟୀ ଅଭିଯୁକ୍ତମାନଙ୍କୁ ନୋଟିସରେ ଛାଡିଛି ପୋଲିସ ।ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଥାନାରେ ରଖି ଦୀର୍ଘ ସମୟ ପଚରାଉଚରା କରି ଗିରଫ କରିବା ପରେ ନୋଟିସରେ ଛାଡିଥିଲା । ତେବେ ସମସ୍ତଙ୍କୁ ତଦନ୍ତରେ ସହଯୋଗ କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି । ଟେଲି ଅଭିନେତ୍ରୀଙ୍କ ଅଭିଯୋଗ ମୁତାବକ, ଶନିବାର ରାତିରେ ଚନ୍ଦ୍ରଶେଖରପୁର ଥାନା ନିକଟରେ ଥିବା ଏକ ବାରକୁ ସେ ନିଜ ବନ୍ଧୁଙ୍କ ସହ ଯାଇଥିଲେ। ଖାଉଥିବା ସମୟରେ କିଛି ଅସାମାଜିକ ଯୁବକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ। ସେହି ସମୟରେ ସେଠାରେ ଥିବା ବାଉଁସରମାନେ ସବୁ ଦେଖି ମଧ୍ୟ ନିରବ ରହିଥିଲେ। ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଓ ମ୍ୟାନେଜମେଣ୍ଟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଦାବି କରିଥିଲେ ଟେଲି ଅଭିନେତ୍ରୀ

You might also like