ମିଳିଲା କୁନିଝିଅ ମୃତଦେହ! କାଲି ବାଘ ଝାମ୍ପି ନେଇଥିଲା

ଭୁବନେଶ୍ୱର ( ରାଜ୍ୟକାହାଣୀ )କାଲି ବାଘ ଝାମ୍ପି ନେଇଥିଲା, ଆଜି ଜଙ୍ଗଲ ଭିତରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ। ନବରଙ୍ଗପୁର ଜିଲ୍ଲା ନାକଟିସିମୋଡ଼ା ପଞ୍ଚାୟତ ଚଢ଼ିଆପାରା ଗାଁର କୁନି ଝିଅ ନିଖୋଜ ଘଟଣାରେ ଆସିଛି ବଡ଼ ସୂଚନା। ଦୀର୍ଘ ସମୟର ଖୋଜାଖୋଜି ପରେ ସ୍ଥାନୀୟ ଜଙ୍ଗଲରୁ ମିଳିଛି ନିଖୋଜ ଶିଶୁକନ୍ୟାର ମୃତଦେହ। ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ କଲରା ପତରିଆ ବାଘ ଶିଶୁଟିକୁ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ବନ ବିଭାଗ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା ।ଖବର ପାଇବା ପରେ ବନ ବିଭାଗର ୧୫ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରି ମୃତଦେହ ଉଦ୍ଧାର କରିଛନ୍ତି। ଆଜି ମୃତଦେହ ଉଦ୍ଧାର ହେବା ପରେ ଏହା କଲରାପତରିଆ ବାଘର କାମ ବୋଲି ସନ୍ଦେହ କରାଯାଉଛି।

You might also like