ଆସନ୍ତା ୨-୩ ଦିନ ଭିତରେ ଖସିବ ପାରଦ ଏବଂ ବଢିବ ଶୀତ

ଭୁବନେଶ୍ଵର( ରାଜ୍ୟ କାହାଣୀ) କମିବ ରାତି ତାପମାତ୍ରା। ଆସନ୍ତା ୨-୩ ଦିନ ଭିତରେ ୩ରୁ ୫ ଡିଗ୍ରୀ ସେଲସିୟସ୍ ଖସିପାରେ।ରାଜ୍ୟରେ ଏବେ ପାଗ ମୁଖ୍ୟତଃ ଶୁଖିଲା ରହିବ ।ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଦେଖାଯାଉନି ।ଚଳିତ ମାସର ଶେଷବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ବିଭିନ୍ନ ମଡେଲରେ ଯେଉଁ ପୂର୍ବାନୁମାନ କରାଯାଇଥିଲା, ସେ ନେଇ ଆଇଏମଡି ପକ୍ଷରୁ ଏବେ ଆଉ କିଛି ସ୍ପଷ୍ଟ ସୂଚନା ମିଳିନି। ଆଜି ସକାଳେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, କୋରାପୁଟ, ଖୋରଧା ଜିଲ୍ଲାର କେତେକ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଥିଲା।ବର୍ତ୍ତମାନ ରାଜ୍ୟରେ ହାଲୁକା ଶୀତ ଅନୁଭୂତ ହେଉଥିବାବେଳେ ତାପମାତ୍ରା ବିଶେଷ ହ୍ରାସ ପାଇନାହିଁ।

You might also like