ମୁହଁ ଖୋଲିଲେ ନବୀନ: ଓଡ଼ିଶାର ସ୍ୱାର୍ଥ ପାଇଁ ବିଦେଶ ଯାଇଥିଲି

ଭୁବନେଶ୍ୱର ( ରାଜ୍ୟକାହାଣୀ )ବିଦେଶ ଗସ୍ତକୁ ନେଇ ତଦନ୍ତ ନିର୍ଦ୍ଦେଶ ପ୍ରସଙ୍ଗରେ ଜବାବ ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି, ମୋର ବିଦେଶ ଗସ୍ତ ବହୁତ ସୀମିତ । କେବଳ ଓଡ଼ିଶାର ସ୍ବାର୍ଥ ପାଇଁ ବିଦେଶ ଯାଇଛି । ମୋ ଓ ମୋ ଅଫିସରଙ୍କ ବିଦେଶ ଗସ୍ତକୁ ନେଇ ମିଥ୍ୟା ଅଭିଯୋଗ ଅଣାଯାଇଛି । ଏହାର ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ।ସେହିପରି ରାଜସ୍ଥାନ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ମଧ୍ୟ ନିଜର ମତ ରଖିଛନ୍ତି ନବୀନ। ରାଜସ୍ଥାନରେ ବିରୋଧୀ ଦଳ ବହୁତ ଭଲ ପ୍ରଦର୍ଶନ କରିଥିବା କହିଛନ୍ତି। ଏହାର ପ୍ରଭାବରେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବାର ଆଶଙ୍କା ରହିଥିବା ମଧ୍ୟ ମତ ଦେଇଛନ୍ତି ନବୀନ ପଟ୍ଟନାୟକ। ସୂଚନାମୁତାବକ ମୁଖ୍ୟମନ୍ତ୍ରୀ ମୋହନ ମାଝି କିଛିଦିନ ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସହ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍ ଓ IPS ରବିକାନ୍ତଙ୍କ ବିଦେଶ ଗସ୍ତ ସମ୍ପର୍କରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

You might also like