ଧନୁଯାତ୍ରାରେ ଅଘଟଣ; ମାହୁନ୍ତଙ୍କୁ ଦଳିଦେଲା ଦନ୍ତା
ଭୁବନେଶ୍ୱର ( ରାଜ୍ୟକାହାଣୀ )ବଙ୍ଗୋମୁଣ୍ଡା ଧନୁଯାତ୍ରାରେ ଅଘଟଣ। ମାହୁନ୍ତଙ୍କୁ ଦଳିଦେଲା ହାତୀ। ଯେଉଁ ହାତୀକୁ ନେଇ ଧନୁଯାତ୍ରାକୁ ଆସିଥିଲେ, ସେହି ହାତୀ ଆକ୍ରମଣରେ ଚାଲିଗଲା ମାହୁନ୍ତଙ୍କ ଜୀବନ। ବଲାଙ୍ଗୀର ବଙ୍ଗୋମୁଣ୍ଡା ଗାଁରେ ଚାଲିଥିବା ୪୦ତମ ଧନୁଯାତ୍ରା ମହୋତ୍ସବରେ ଘଟିଛି ଏଭଳି ଅଭାବନୀୟ ଘଟଣା।ମୃତକ ଆହ୍ଲାବାଦ ବନାରସ ଅଞ୍ଚଳର ମାହୁନ୍ତ କଳ୍ପନାଥ ଦୁବେ । ସୂଚନା ଅନୁସାରେ, ଧନୁଯାତ୍ରାରେ ମହାରାଜ କଂସ ହାତୀ ପିଠିରେ ବସି ନଗର ପରିକ୍ରମା କରିବା ସହ ଯାତ୍ରା ମଞ୍ଚକୁ ପ୍ରବେଶ କରିବାର ପରମ୍ପରା ରହିଛି। ଏଥିପାଇଁ ହାତୀ ସହ ଆହ୍ଲାବାଦରୁ ଆସିଥିଲେ ମାହୁନ୍ତ ।ତେବେ ହଠାତ୍ ହାତୀଟି ଆକ୍ରମଣ କରିବାରୁ ସେ ଗୁରୁତର ହୋଇପଡ଼ିଥିଲେ। କଣ୍ଟାବାଞ୍ଜି ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ଓ ବନ ବିଭାଗ ଉପସ୍ଥିତ ରହି ହାତୀ ଉପରେ ନଜର ରଖିଛନ୍ତି ।