ଆସନ୍ତା ୪ ଦିନ ଭିତରେ ଧିରେ ଧିରେ ବଢିବ ଶୀତ

ଆସନ୍ତା ୪ ଦିନ ଭିତରେ ରାତି ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍ କମିପାରେ। ଏହା ପରେ ବଢ଼ିବ ଥଣ୍ଡା। ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ଵରସ୍ଥିତ ପାଣିପାଗ କେନ୍ଦ୍ର।ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁର ପ୍ରଭାବ ବୃଦ୍ଧି ସମ୍ଭାବନା ଅଛି ।  ଯାହା ଫଳରେ ୪ ଦିନ ମଧ୍ୟରେ ୪ ରୁ ୬ ଡିଗ୍ରୀ ଯାଏ ତାପମାତ୍ରା ହ୍ରାସ ପାଇପାରେ ।  ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ଏଥର ଲଘୁଚାପ ଜନିତ ବର୍ଷା କାରଣରୁ ଶୀତ ଆସିବା ଟିକେ ବିଳମ୍ବ ହୋଇଛି ।ଆସନ୍ତା ୨୬ ତାରିଖ ବେଳକୁ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୩, ଫୁଲବାଣୀରେ ୧୪ ଡିଗ୍ରୀ ରହିପାରେ। କଟକ, ଭୁବନେଶ୍ୱର ସମେତ ବାଲେଶ୍ୱର, ଭଦ୍ରକରେ ବି ପାରଦ ୧୮-୧୯ ଡିଗ୍ରୀ ପାଖାପାଖି ରହିପାରେ। ରାଜ୍ୟରେ ପାଗ ବର୍ତମାନ ଶୁଖିଲା ରହିବ। ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ବଡ ବର୍ଷା ସମ୍ଭାବନା ନାହିଁ । ତେବେ କିଛି ସ୍ଥାନରେ କମ୍ ବର୍ଷା ସମ୍ଭାବନା ଅଛି।

You might also like