ବିସଲେରୀ ପାଣି ନମୁନାରେ କ୍ୟାନସର୍ ଆଶଙ୍କା ବଢ଼ାଉଥିବା ପଦାର୍ଥ!
ବିସ୍ଲେରି ଦେଶର ପ୍ରମୁଖ ପ୍ୟାକେଜ୍ ପାନୀୟ ଜଳ ବ୍ରାଣ୍ଡ ମଧ୍ୟରୁ ଗୋଟିଏ । ଟ୍ରେନ୍ରେ ଯାତ୍ରା ସମୟରେ ହେଉ କି ଅନ୍ୟ କୌଣସି କାମରେ ପ୍ରାୟ ବିସ୍ଲେରୀ ପ୍ୟାକେଜ୍ ୱାଟର୍ ଲୋକମାନେ ପିଇଥାନ୍ତି । କିନ୍ତୁ ଏବେ ଏହି ପାଣି ସମସ୍ୟା ବଢାଇଛି । ବିସ୍ଲେରି ପାଣିର ଗୁଣବତ୍ତା ଉପରେ ପ୍ରଶ୍ନ ଉଠିଛି । ଯାହାକୁ ଲୋକମାନେ ଅନ୍ଧ ଭାବରେ ବିଶ୍ୱାସ କରି ପିଇଥାନ୍ତି । ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ବିସ୍ଲେରି ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ ବିରୋଧରେ ମାମଲା ରୁଜୁ କରିବାକୁ ଅନୁମୋଦନ କରିଛି । କମ୍ପାନୀର ପ୍ୟାକେଜ୍ ପାନୀୟ ଜଳର ଏକ ନମୁନା ପରୀକ୍ଷାରେ ଅସୁରକ୍ଷିତ ବୋଲି ଜଣାପଡିଛି । ଲ୍ୟାବ୍ ଟେଷ୍ଟରୁ ଜଣାପଡିଛି କି ପାଣିରେ କ୍ଷତିକାରକ କେମିକାଲ୍ ମିଳିଛି ।ପ୍ରଥମେ ପରୀକ୍ଷାରେ ପାଣିରେ ବ୍ରୋମେଟ୍ର ମାତ୍ରା ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥିବା ଜଣାପଡ଼ିଥିଲା । ଏହାସହ ପଲିନ୍ୟୁକ୍ଲିୟର ଆରୋମ୍ୟାଟିକ୍ ହାଇଡ୍ରୋକାର୍ବନ ବା PAH ନାମକ ରାସାୟନିକ ପଦାର୍ଥ ମଧ୍ୟ ଚିହ୍ନଟ ହୋଇଥିଲା । ଏହି ପଦାର୍ଥଗୁଡ଼ିକର କେତେକ ଯୌଗିକ କର୍କଟ ରୋଗର ଆଶଙ୍କା ସହ ଜଡ଼ିତ। ତେଣୁ ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ, ୨୦୦୬ ଅନୁଯାୟୀ ନମୁନାକୁ ଅସୁରକ୍ଷିତ ଘୋଷଣା କରାଯାଇଥିବା ଦାବି ହୋଇଛି ।ଏହାର ପ୍ରଭାବ ପଦାର୍ଥର ପ୍ରକାର, ପରିମାଣ ଓ ସଂସ୍ପର୍ଶର ଅବଧି ଉପରେ ନିର୍ଭର କରେ। ଏହି ଘଟଣାକୁ ନେଇ ବିସଲେରୀ କମ୍ପାନୀର ଆନୁଷ୍ଠାନିକ ପ୍ରତିକ୍ରିୟା ଅପେକ୍ଷା କରାଯାଇଛି । ଅଦାଲତରେ ମାମଲାର ପରବର୍ତ୍ତୀ ଶୁଣାଣି ଓ ପରୀକ୍ଷା ରିପୋର୍ଟକୁ ନେଇ କମ୍ପାନୀର ଆଭିମୁଖ୍ୟ ଉପରେ ନଜର ରହିବ ।