ଗ୍ରେଟର ନୋଏଡାରେ ଗୋଟିଏ ପରିବାରର ୫ ଜଣଙ୍କ ସନ୍ଦେହଜନକ ମୃତ୍ୟୁ
ଗ୍ରେଟର ନୋଏଡାରେ ଗୋଟିଏ ପରିବାରର ୫ ଜଣଙ୍କ ସନ୍ଦେହଜନକ ମୃତ୍ୟୁ! ମୃତକଙ୍କ ମଧ୍ୟରେ ବାପା, ମାଆ ଏବଂ ୩ ଜଣ ଛୁଆ ଥିବା ସୂଚନା। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁଯାୟୀ, ନାଗଲା ପଦମ ଗ୍ରାମର ବାସିନ୍ଦା ମହେଶ, ତାଙ୍କ ପତ୍ନୀ ଲଲତେଶ ଏବଂ ସେମାନଙ୍କର ତିନି ନାବାଳକ ସନ୍ତାନ ରାତି ୧୦ଟା ସମୟରେ ‘ମ୍ୟାଗି’ ଖାଇ ଶୋଇବାକୁ ଯାଇଥିଲେ। ସକାଳେ ସେମାନେ ନ ଉଠିବାରୁ ଅନ୍ୟମାନଙ୍କୁ ସନ୍ଦେହ ହୋଇଥିଲା; ଯାଞ୍ଚ କରିବା ପରେ ପାଞ୍ଚ ଜଣଯାକ ନିଜ ବିଛଣାରେ ମୃତ ଅବସ୍ଥାରେ ମିଳିଥିଲେ।ପରିବାରର ମୃତ୍ୟୁ କିଛି ଖାଇବା ଦ୍ୱାରା ହୋଇଥିବା ସନ୍ଦେହ କରାଯାଉଛି। ତଥାପି, ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପାଞ୍ଚଟି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଏବେ ପୋଷ୍ଟମର୍ଟମ ରିପୋର୍ଟ ଓ ପୋଲିସ ତଦନ୍ତ ଉପରେ ସମସ୍ତଙ୍କ ନଜର। ମୃତ୍ୟୁର କାରଣ ନିର୍ଣ୍ଣୟ କରିବାକୁ ଚେଷ୍ଟା କରୁଛି।