ଡାକ୍ତରଖାନାରେ ଭର୍ତ୍ତି ହେଲେ ଲାଲକୃଷ୍ଣ ଆଡଭାନୀ, ଛାତିରେ ସଂକ୍ରମଣ ଯୋଗୁଁ ଚାଲିଛି ଚିକିତ୍ସା

ବର୍ଷୀୟାନ ଭାଜପା ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ୍‌କୃଷ୍ଣ ଆଡଭାନୀ ଶୁକ୍ରବାର ସନ୍ଧ୍ୟାରେ ନୂଆଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ସଂକ୍ରମଣ କାରଣରୁ ୯୮ ବର୍ଷୀୟ ଆଡଭାନୀଙ୍କୁ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରେ ପଲ୍‌ମୋନାରି ବିଭାଗରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ହସ୍ପିଟାଲରେ ଭର୍ତ୍ତି ହେବାର ପ୍ରାୟ ଏକ ସପ୍ତାହ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ସ୍ଥିତ ଆଡଭାନୀଙ୍କ ବାସଭବନକୁ ଯାଇ ତାଙ୍କୁ ସାକ୍ଷାତ କରିଥିଲେ । ସରକାରଙ୍କ ମୁଖ୍ୟ ଭାବରେ ୨୫ ବର୍ଷ ସମ୍ପୂର୍ଣ୍ଣ କରିବା ଅବସରରେ ପିଏମ ମୋଦୀ ଆଡଭାନୀଙ୍କ ଆଶୀର୍ବାଦ ନେଇଥିଲେ । ଚଳିତ ବର୍ଷ ମେ ମାସରେ ମଧ୍ୟ ବୟସ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ଆଡଭାନୀଙ୍କୁ ଏହି ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ କିଛି ଦିନର ପରୀକ୍ଷା ନିରୀକ୍ଷା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ।

You might also like