ଛାତ୍ର ସଂସଦ ନିର୍ବାଚନକୁ ନେଇ ନବୀନଙ୍କ ବଡ଼ ଅଭିଯୋଗ

ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନିର୍ବାଚନରେ ସରକାର କଳ, ବଳ ଓ କୌଶଳ ପ୍ରୟୋଗ କରିଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ନିର୍ବାଚନରେ ଟଙ୍କା ଖର୍ଚ୍ଚ କରାଯିବା ସହ କ୍ଷମତାର ଅପବ୍ୟବହାର ହୋଇଥିବା ନବୀନ ଦାବି କରିଛନ୍ତି । ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ନବୀନଙ୍କ ଏହି ଅଭିଯୋଗ ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ବିସିଜେଡି ମହାବିଦ୍ୟାଳୟରେ ୬୦ପ୍ରତିଶତରୁ ଅଧିକ ଓ ବିଶ୍ବବିଦ୍ୟାଳୟରେ ପ୍ରାୟ ୫୦ ପ୍ରତିଶତ ସଫଳତା ପାଇଛି ।ବିଜୟୀ ଛାତ୍ରନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । GEN-Zଙ୍କୁ ଧନ୍ୟବାଦ ଦେଇଛନ୍ତି । ନବୀନ ନିବାସରେ ବିସିଜେଡିର ବିଜୟୀ ଛାତ୍ର ନେତାମାନେ ନବୀନଙ୍କୁ ଭେଟିଥିଲେ ।

You might also like