ପୁରୀ ବେଳାଭୂମିରେ ମା’ଦୁର୍ଗାଙ୍କ ବାଲୁକା କଳା: ୨୨ପ୍ରକାର ପରିବା, ୧୦ ପ୍ରକାରର ଫଳ ସହ ୮ଟନ ବାଲି ବ୍ୟବହାର

 ପୁରୀ ବେଳାଭୂମିରେ ମା’ ଦୁର୍ଗାଙ୍କ ନିଆରା ରୂପ! ବାଲି ସହ ୩୨ ପ୍ରକାର ଫଳ ଓ ପନିପରିବାକୁ ବ୍ୟବହାର କରି ମା’ଙ୍କ ଏକ ସୁନ୍ଦର କଳାକୃତି ତିଆରି କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସୁଦର୍ଶନ ପଟ୍ଟନାୟକ।ପୁରୀ ବେଳାଭୂମିରେ ୩୨ ପ୍ରକାର ର ପରିବା ଏବଂ ଫଳ ବ୍ୟବହାର କରି ମାଆଦୁର୍ଗା ଙ୍କ ବାଲୁକା କଳା ନିର୍ମାଣ କରିଛନ୍ତି । ୨୨ପ୍ରକାରର ପରିବା, ୧୦ ପ୍ରକାର ର ଫଳ ସହ ୮ଟନ ବାଲି ବ୍ୟବହାର କରି ୧୦ ଫୁଟ ର ମା ଦୁର୍ଗା ଙ୍କ ବାଲୁକା କଳା ନିର୍ମାଣ କରାଯାଇଛି । କଳାକୃତିରେ ଇଂରାଜୀରେ “Happy Durga Puja” ବା ‘ଦୁର୍ଗାପୂଜାର ଶୁଭେଚ୍ଛା’ ବାର୍ତ୍ତା ମଧ୍ୟ ଦିଆଯାଇଛି। ଏହା ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକ ଦେଶବାସୀଙ୍କୁ ଦୁର୍ଗାପୂଜାର ଶୁଭକାମନା ଜଣାଇଛନ୍ତି।

You might also like