କୁନୋ ଜାତୀୟ ଉଦ୍ୟାନରେ ନୂଆ ଅତିଥି; 5 ଶାବକ ଜନ୍ମ ଦେଲା ଭାରତୀୟ ଚିତା KJP21

ମଧ୍ୟପ୍ରଦେଶ ଶେଓପୁରସ୍ଥିତ କୁନୋ ଜାତୀୟ ଉଦ୍ୟାନରୁ ଆସିଛି ଚିତା ସମ୍ପର୍କିତ ବଡ ଖବର ।ଭାରତ ଜନ୍ମିତ ମାଈ ଚିତା KJP21 5ଟି ଶାବକ ଜନ୍ମ ଦେଇଛି । ସମସ୍ତ ବାଘ ଛୁଆ ସୁସ୍ଥ ଅଛନ୍ତି । ଏହାକୁ ମିଶାଇ ଭାରତରେ ମୋଟ ଚିତା ସଂଖ୍ୟା 60କୁ ବୃଦ୍ଧି ପାଇଛି । ଏଥିରେ ଭାରତ ମାଟିରେ ଜନ୍ମୁିତ 41 ଚିତା ଅଛନ୍ତି । ଏ ନେଇ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ‘X’ ଆକାଉଣ୍ଟରେ ସୂଚନା ପ୍ରଦାନ କରାଯାଇଛି।କେନ୍ଦ୍ର ମନ୍ତ୍ରୀ ଭୂପେଶ ଯାଦବ ତାଙ୍କ ଅଫିସିଆଲ ‘X’ ହାଣ୍ଡେଲରେ ପୋଷ୍ଟ କରି କହିଛନ୍ତି, ପ୍ରୋଜେକ୍ଟ ଚିତା ପାଇଁ ଏହା ଏକ ଐତହାସିକ ଏବଂ ଆନନ୍ଦଦାୟକ ମାଇଲଖୁଣ୍ଟ । KJP21 ହେଉଛି ଭାରତୀୟ ଜନ୍ମିତ 32 ମାସର ଏକ ମାଈ ଚିତା । ଆଜି ସେ କୁନୋ ଜାତୀୟ ଉଦ୍ୟାନରେ 5ଟି ସୁସ୍ଥ ଶାବକଙ୍କୁ ଜନ୍ମ ଦେଇଛି । ଏହା ପୂର୍ବରୁ ଭାରତୀୟ ଜନ୍ମିତ ମାଈ ଚିତା ମୁଖୀ ଏହଂ KGP12 ଶାବକ ଜନ୍ମ ଦେଇଥିଲେ । ଏଥି ସହିତ ଭାରତର ପରବର୍ତ୍ତୀ ପିଢିର ଚିତା ସଂଖ୍ୟାବୃଦ୍ଧିରେ ଏହା ଏକ ମାଇଲଖୁଣ୍ଟ ସାଜିଛି । ଏହି 5 ନବଜାତ ଚିତାଙ୍କୁ ମିଶାଇଲେ ଭାରତରେ ମୋଟ ଚିତା ସଂଖ୍ୟା 60ରେ ପହଞ୍ଚିଛି ।

You might also like