ରାହୁଲ ଗାନ୍ଧିଙ୍କ ସମ୍ପତ୍ତି ମାମଲା; ସିବିଆଇ, ଇଡି ନିର୍ଦ୍ଦେଶ ରଦ୍ଦ କଲେ ସୁପ୍ରିମକୋର୍ଟ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗର ତଦନ୍ତ ପାଇଁ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)କୁ ନିର୍ଦ୍ଦେଶ ଦେଇଥିବା ଆଲ୍ଲାହାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି।ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ଭି. ମୋହନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ବିଜେପି ସଦସ୍ୟ ବିଘ୍ନେଶ ଶିଶିରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନକୁ ପୁନଃ ବିଚାର ପାଇଁ ହାଇକୋର୍ଟକୁ ପଠାଇ ଦେଇଛନ୍ତି। ଏହି ରିମାଣ୍ଡ ଆବେଦନର ବିଚାରଯୋଗ୍ୟ କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଇଛି।ତେବେ ସୁପ୍ରିମକୋର୍ଟ ଏହା ପୂର୍ବରୁ ମଧ୍ୟ ହାଇକୋର୍ଟଙ୍କୁ କହିଥିଲେ ଯେ ସେ କଂଗ୍ରେସ ନେତାଙ୍କ ବିରୋଧରେ ଆୟରୁ ଅଧିକ ସମ୍ପତ୍ତି ଅଭିଯୋଗ ସମ୍ପର୍କିତ ମାମଲାରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ନ କରନ୍ତୁ। କୋର୍ଟ କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ (ସିବିଆଇ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କୁ କହିଥିଲେ ଯେ ସେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ କୌଣସି ରିପୋର୍ଟ ଦଖାଲ ନ କରନ୍ତୁ। ଏହି ମାମଲା ଲୋକସଭାରେ ବିରୋଧୀ ଦଳ ନେତାଙ୍କ ବିରୋଧରୁ ରୁଜୁ କରାଯାଇଥିଲା। ରାହୁଲ ଗାନ୍ଧି ହାଇକୋର୍ଟଙ୍କ ଏହି ଆଦେଶକୁ ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ସିବିଆଇ ଓ ଇଡିଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା।

You might also like