ସ୍କୁଲ ଛାତ୍ରୀଙ୍କୁ ପ୍ରିନ୍ସପାଲ ଅସଦାଚରଣ କରିଥିବା ଅଭିଯୋଗ
ଭୁବନେଶ୍ୱର ( ରାଜ୍ୟକାହାଣୀ )ଛାତ୍ରୀଙ୍କୁ ଅସଦ୍ ବ୍ୟବହାର କରି ଅଡୁଆରେ ସ୍କୁଲ ଅଧ୍ୟକ୍ଷ ! ଝାରସୁଗୁଡ଼ାରେ ଥିବା ଏକ ସରକାରୀ ବିଦ୍ୟାଳୟର ପ୍ରିନ୍ସପାଲଙ୍କ ବିରୋଧରେ ନିଜ ସ୍କୁଲର ଜଣେ ଯୁକ୍ତ ଦୁଇ (+୨) ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ଏବଂ ପୋଲିସ ତାଙ୍କୁ ପୋକ୍ସୋ (POCSO) ଆଇନ ଅନୁଯାୟୀ ମାମଲା ରୁଜୁ କରିଛି। ଛାତ୍ରୀଙ୍କ ଅଭିଯୋଗ ମୁତାବକ, ଗତ ୨୩ ତାରିଖ ଦିନ ସ୍କୁଲର ଅଧ୍ୟକ୍ଷ ସାଗର ସାହା ତାଙ୍କୁ ଆପତ୍ତିଜନକ ବ୍ୟବହାର ପ୍ରଦର୍ଶନ କରିଥିଲେ । ଅସଭ୍ୟ ଭାଷାରେ କଥାବାର୍ତ୍ତା କରିଥିବା ଛାତ୍ରୀ ଜଣକ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଏନେଇ ଛାତ୍ରୀ ଜଣକ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।ସଂପୃକ୍ତ ସ୍କୁଲ ଅଧ୍ୟକ୍ଷ ପୂର୍ବରୁ ମଧ୍ୟ ବିଶୃଙ୍ଖଳିତ ଆଚରଣ ପାଇଁ ଏକାଧିକ ବାର ଚାକିରିରୁ ନିଲମ୍ବିତ ହୋଇଥିବା ସୂଚନା ରହିଛି । ଏହି ଘଟଣା ପରେ ଅଭିଭାବକ ଏବଂ ଛାତ୍ରଛାତ୍ରୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।