ସୌମ୍ୟଙ୍କୁ ଉପସଭାପତି ପଦରୁ ବହିଷ୍କାର କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର(ରାଜ୍ୟକାହାଣୀ):ବିଜେଡି ଉପସଭାପତି ପଦରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ତାଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ପଦରୁ ବହିଷ୍କାର କରିଛନ୍ତି । ମହଙ୍ଗା ପଡ଼ିଲା ଦଳ ବିରୋଧୀ ମନ୍ତବ୍ୟ। ସୌମ୍ୟ ତାଙ୍କ ସମ୍ପାଦନାରେ ପରିଚାଳିତ ଖବରକାଗଜ ସମ୍ବାଦରେ ସଂପାଦକୀୟରେ ବିଜେଡି ଓ ୫ଟି ସଚିବଙ୍କୁ ଟାର୍ଗେଟ କରି ବିଭିନ୍ନ କଥା ଲେଖୁଥିଲେ। ପରେ ସିଧାସଳଖ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତିଙ୍କ ଆଡକୁ ମଧ୍ୟ ଆଙ୍ଗୁଳି ନିର୍ଦେଶ କରିବାକୁ ପଛେଇ ନଥିଲେ ସୌମ୍ୟ। ତାଙ୍କ ଆଭିମୁଖ୍ୟକୁ ଦଳର ବହୁ ବରିଷ୍ଠ ନେତା ନାପସନ୍ଦ କରିଥିଲେ। ଏପରିକି ଦଳ ଛାଡ଼ି ସଂପାଦକୀୟ ଲେଖିବାକୁ ମଧ୍ୟ ଆହ୍ବାନ ଦେଇଥିଲେ। ବାରମ୍ବାର ସମାଲୋଚନା ପରେ ବି ସଂପାଦକୀୟ ଲେଖୁଥିଲେ ସୌମ୍ୟ । ନିଜ ମାଲିକାନାରେ ଥିବା ଗଣମାଧ୍ୟମକୁ ଅସ୍ତ୍ର କରି ବ୍ଲାକମେଲିଂ କରୁଥିବା ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.

eighteen + 20 =