ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର(ରାଜ୍ୟକାହାଣୀ): ପଞ୍ଚମ ପର୍ଯ୍ୟାୟରେ ଓଡ଼ିଶାର ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ବିଜେପି ଘୋଷଣା କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ଲଢ଼ିବେ । ପୁରୀରୁ ସମ୍ବିତ ପାତ୍ର, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ସୁନ୍ଦରଗଡ଼ରୁ ଜୁଏଲ୍ ଓରାମ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ, ବଲାଙ୍ଗୀରରୁ ସଙ୍ଗୀତା ସିଂଦେଓଙ୍କୁ ପୁନର୍ବାର ପ୍ରାର୍ଥୀ କରାଯାଇଛି । ତେବେ ମୟୁରଭଞ୍ଜରୁ ଗତଥର ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଏଥର ପ୍ରାର୍ଥୀ କରାଯାଇନାହିଁ । ମୟୁରଭଞ୍ଜକୁ ମିଶାଇ ୬ ଆସନରେ ପ୍ରାର୍ଥୀ ବଦଳିଛନ୍ତି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ପ୍ରାର୍ଥୀ ତାଲିକା ଉପରେ ମୋହର ମାରିଛି । କଟକ, ଯାଜପୁର ଏବଂ କନ୍ଧମାଳ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ ।
କିଏ କେଉଁ ଆସନରୁ ପ୍ରାର୍ଥୀ
ସମ୍ବଲପୁର- ଧର୍ମେନ୍ଦ୍ର ପ୍ରଧାନ
ପୁରୀ- ସମ୍ବିତ ପାତ୍ର
ଭୁବନେଶ୍ୱର- ଅପରାଜିତା ଷଡ଼ଙ୍ଗୀ
କେନ୍ଦ୍ରାପଡ଼ା- ବୈଜୟନ୍ତ ପଣ୍ଡା
କେନ୍ଦୁଝର- ଅନନ୍ତ ନାୟକ
ମୟୁରଭଞ୍ଜ- ନବଚରଣ ମାଝୀ
ବାଲେଶ୍ୱର- ପ୍ରତାପ ଷଡ଼ଙ୍ଗୀ
ଭଦ୍ରକ- ଅଭିମନ୍ୟୁ ସେଠୀ
ଢ଼େଙ୍କାନାଳ-ରୁଦ୍ର ନାରାୟଣ ପାଣି
ବଲାଙ୍ଗୀର-ସଙ୍ଗୀତା ସିଂହଦେଓ
କଳାହାଣ୍ଡି-ମାଳବିକା କେଶରୀ ଦେଓ
ନବରଙ୍ଗପୁର-ବଳଭଦ୍ର ମାଝୀ
ଜଗତସିଂହପୁର-ବିଭୁ ପ୍ରସାଦ ତରାଇ
ଆସିକା-ଅନିତା ଶୁଭଦର୍ଶିନୀ
ବ୍ରହ୍ମପୁର-ପ୍ରଦୀପ ପାଣିଗ୍ରାହୀ
କୋରାପୁଟ-କାଳୀରାମ ମାଝୀ
ବରଗଡ଼-ପ୍ରଦୀପ ପୁରୋହିତ
ସୁନ୍ଦରଗଡ଼-ଜୁଏଲ ଓରାମ

Leave A Reply

Your email address will not be published.

20 − 5 =