ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର, (ରାଜ୍ୟକାହାଣୀ): ବିଜୁ ଯୁବ ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ ଆଜି ଶଙ୍ଖଭବନ
ଠାରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ଜନତା ଦଳର ସଭାପତି ତଥା ବିଧାୟକ ଡଃ ବ୍ୟୋମକେଶ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଜୁ ଯୁବ ଜନତା ଦଳର ସମସ୍ତ ରାଜ୍ୟ କାର୍ଯ୍ୟକର୍ତ୍ତା, ଜିଲ୍ଲା ସଭାପତି,ଜୋନ ସଭାପତି ପ୍ରମୁଖ ଯୋଗ ଦେଇଥିଲେ । ଯୁବକ ହେଉଛନ୍ତି ରାଜ୍ୟ ଗଠନର ସୂତ୍ରଧର । ରାଜ୍ୟର ଯୁବଗୋଷ୍ଠୀଦକ୍ଷ, ଦାୟିତ୍ୱବାନ, ପ୍ରେରଣାଦାୟୀ ଓ ଚିନ୍ତାଶୀଳ ଅଟନ୍ତି । ସେଥିପାଇଁ ଓଡ଼ିଶାର ଯୁବବର୍ଗ ନବୀନ ବାବୁଙ୍କୁ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ନିର୍ଣ୍ଣାୟକ ଭୂମିକା ନେଇଛନ୍ତି ।


ଆଗାମୀ ୨୦୨୪ ନିର୍ବାଚନ ବିଜୁ ଜନତା ଦଳର ବୃହତ ବିଜୟର ମଙ୍ଗ ଧରିବା ସହ ବିରୋଧୀଙ୍କଅପପ୍ରଚାର ବିରୋଧରେ ଲଢ଼େଇ ଜାରି ରଖିବା କ୍ଷେତ୍ରରେ ଗୁରୁମନ୍ତ୍ର ଦେଇଥିଲେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଷଷ୍ଠ ଥର ଓଡ଼ିଶାରେ ବିଜୁ ଜନତା ଦଳ ଆଗାମୀ ନିର୍ବାଚନରେ ସମୃଦ୍ଧିର ଶିଖର ଛୁଇଁବ । ଜାତୀୟ ଦଳମାନଙ୍କ ପାଇଁ ଓଡ଼ିଶା ହେଉଛି ବିନ୍ଦୁ ଏବଂ ବିଜୁ ଜନତା ଦଳ ପାଇଁ ଓଡ଼ିଶା ହେଉଛି ସିନ୍ଧୁ । ଜାତୀୟ ଦଳର ସାଂସଦମାନେ ରାଜ୍ୟର ସ୍ୱାର୍ଥ କଥା ସଂସଦରେ ନ ଉଠାଇ କେବଳ ନିଜ ସ୍ୱାର୍ଥ କଥା ଚିନ୍ତା କରନ୍ତି ଏବଂ ଜାତୀୟ ଦଳର ସାଂସଦମାନେ ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରୁଛନ୍ତି ଏବଂ ରାଜ୍ୟର ବିକାଶକୁ ବିରୋଧ କରୁଛନ୍ତି । ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ରାଜ୍ୟ ବିରୁଦ୍ଧରେ କାମ କରୁଛନ୍ତି, କିନ୍ତୁ ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଆଗକୁ ନେଇଛନ୍ତି । ଖାଦ୍ୟ ସୁରକ୍ଷା, ଦାରିଦ୍ର‌୍ୟ ଦୂରୀକରଣ,ପ୍ରାକୃତିକ ବିପର୍ଯ୍ୟୟ, କୃଷିକର୍ମଣ ପୁରସ୍କାର ଏମିତି ଅନେକ କ୍ଷେତ୍ରରେ ଓଡ଼ିଶା ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହେଉଛି । ଓଡ଼ିଶା ଶ୍ରୀ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର, ସମଲେଶ୍ୱରୀ ମନ୍ଦିର ଓଡ଼ିଶାବାସୀଙ୍କ ଆସ୍ଥା ରଖୁଥିବା ସମସ୍ତ ବଡ଼ ମନ୍ଦିର, ମସଜିଦ, ଚର୍ଚ୍ଚର ସବୁ ଧର୍ମାବଲମ୍ବୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ରୂପାନ୍ତରୀକରଣ କରିଛନ୍ତି । ଓଡ଼ିଶାର ରାଜ୍ୟର ପ୍ରାୟ ୮୦୦୦ରୁ ଊର୍ଦ୍ଧ୍ୱ ବିଦ୍ୟାଳୟର ରୂପାନ୍ତରୀକରଣ କରି ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଛଅ ମାସ ମଧ୍ୟରେ ଲକ୍ଷ୍ମୀ ବସ ସେବା ଦ୍ୱାରା ସମସ୍ତ ଜିଲ୍ଲାରେ ପରିବହନ ଓ ଗମନାଗମନକୁ ସୁଦୃଢ଼ କରାଯାଇଛି । ଓଡ଼ିଶାର ଯୁବବର୍ଗ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଯୁବ ବଜେଟ ଷଷ୍ଠ ପାଳିରେ ପ୍ରଥମ ଦିଗ ରହିଛି । ଯୁବବର୍ଗଙ୍କ ପାଇଁ ୨୦୨୪ରୁ ୨୦୩୪ ହେଉଛି ଯୁବଙ୍କ
ଦଶନ୍ଧି । ନୂଆ-ଓ ବୃତ୍ତି ଦ୍ୱାରା ରାଜ୍ୟର ୯୮% ପିଲା ଛାତ୍ରବୃତ୍ତି ପାଉଛନ୍ତି, ଯେଉଁଠି ଅନ୍ୟ ସବୁ ରାଜ୍ୟରେ ଛାତ୍ରବୃତ୍ତି ୨୦ରୁ ୨୫% ରହିଛି । ଏକ ସଶକ୍ତ ଓଡ଼ିଶା ନୂଆ ଓଡ଼ିଶା ଗଠନରେ ଯୁବମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିଜ ବକ୍ତବ୍ୟରେ କହିଥିଲେ ।


ନିଜ ବକ୍ତବ୍ୟରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ବିରୋଧୀଙ୍କ ଅପପ୍ରଚାରକୁସାମାଜିକ ଗଣମାଧ୍ୟମରେ କଡ଼ା ଜବାବ ଦେବା ସହ ସାଙ୍ଗଠନିକ ସ୍ତରରେ ଯୁବ ଜନତା ଦଳର ଲଢ଼େଇ ଦୁର୍ବାର ରହିବ । ବିରୋଧୀ ଜାତୀୟ ଦଳ ପାଇଁ ନିଜ ପାର୍ଟି ଆଗ ଓ ମାଟି ପଛ, କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରତିଟି ଓଡ଼ିଆଙ୍କ ବିକାଶ ସଦାସର୍ବଦା ଆଗରେ ରହିଛି । ନିଜ ବକ୍ତବ୍ୟରେ ସାଧାରଣ ସମ୍ପାଦକ (ଛାତ୍ର ଯୁବ ବ୍ୟାପାର) ପ୍ରଣବ ବଳବନ୍ତରାୟ କହିଥିଲେ, ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ପାଇଁ ଶପଥ ନେବା ସହିତ ବିଜୁ ଜନତା ଦଳ ରେକର୍ଡ଼ ସଂଖ୍ୟକ ଆସନ ଅକ୍ତିଆର କରି ଓଡ଼ିଶା ରାଜନୀତିରେ ଇତିହାସ ରଚିବ । ଯୁବ ବିଜେଡ଼ି ସଭାପତି ଡକ୍ଟର ବ୍ୟୋମକେଶ ରାୟ କହିଥିଲେ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ହେତୁ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଉଦ୍ୟୋଗ, କ୍ରୀଡ଼ା, ଦକ୍ଷତା ବିକାଶରେ ରୂପାନ୍ତରଣ ହୋଇଛି । ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ପ୍ରତିଶ୍ରୁତିବଦ୍ଧା ଯୁବ ଜନତା ଦଳର ସଂଗଠନ ଦୁଇ ବିରୋଧୀ ଜାତୀୟ ତଳ ତୁଳନାରେ ବିଜୁ ଯୁବ ଜନତା ଦଳ ଅଧିକ ସଂଗଠିତ ଅଛି । ଓଡ଼ିଶାର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିପୁଳ ବିଜୟଲାଭ କରିବା ପାଇଁ ବିଜୁ ଯୁବ ଜନତା ଦଳ ନିର୍ଣ୍ଣାୟକ ଭୂମିକା ନେବ । ଛାତ୍ର ବିଜେଡ଼ି ସଭାପତି ଦେବୀରଞ୍ଜନ ତ୍ରିପାଠୀ ଉଦବୋଧନ ଦେଇ କହିଥିଲେ, ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଦଳ କାମ କରିଆସୁଛି ଓ ଆସନ୍ତା ଜୁନ ୪ତାରିଖରେ ଇତିହାସ ରଚିବ ବିଜୁ ଜନତା ଦଳ ।
ଶେଷରେ ବିଜୁ ଯୁବ ଜନତା ଦଳର ସାମ୍ବାଦିକ ସମ୍ମିଳନୀରେ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ ଆଜିର କାର୍ଯ୍ୟକ୍ରମ ବିଷୟରେ ଗଣମାଧ୍ୟମକୁ ସବିଶେଷ ସୂଚନା ଦେଇଥିଲେ ।

Leave A Reply

Your email address will not be published.

four × 5 =