ଵିଵନକୁ ଚିହ୍ନିଲେ ଅଞ୍ଜନା

ଭୁବନେଶ୍ୱର:(ରାଜ୍ୟକାହାଣୀ) ବିଗତ ୨୨ବର୍ଷ ତଳେ ଘଟିଥିବା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ୍ ବିଶ୍ୱାଳକୁ ଟିଆଇ ପରେଡରେ ଚିହ୍ନଟ କରିଛନ୍ତି ପୀଡିତା ଅଞ୍ଜନା ମିଶ୍ର। ଟିଆଇ ପରେଡରେ ଯାହା ହୋଇଛି ତାହା କୋର୍ଟରେ ଜଣାପଡିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ପୀଡିତା ।

ଆଜି ଭୁବନେଶ୍ୱର ସିଜେଏମଙ୍କ ଉପସ୍ଥିତିରେ ଝାରପଡା ଜେଲ ପରିସରରେ ପୀଡିତା ଅଭିଯୁକ୍ତକୁ ଚିହ୍ନଟ କରିଛନ୍ତି। ଏହି ସମୟରେ ସିବିଆଇ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ମୁଖ୍ୟ ଅଭିଯୁକ୍ତ ବୀବନକୁ ଅନ୍ୟ ୧୦ଜଣ କଏଦୀଙ୍କ ସହ ଗପଟିଏ ସ୍ଥାନରେ ଛିଡା କରାଯାଇଥିଲା ଓ ତୁରନ୍ତ ପୀଡିତା ତାକୁ ଚିହିଁଥିବା ଜଣାପିଛି । ଟିଆଇ ପରେଡ ପାଇଁ ସିବିଆଇର ମଙ୍ଗଳବାର ଆବେଦନ କରିବା ପରେ ସିବିଆଇ ସ୍ପେଶାଲ ଜଜ୍ ଆଜି ଏହି ପ୍ରକ୍ରିୟା ସାରିବାକୁ ଅନୁମତି ଦେଇଥିଲେ । ଅନ୍ୟପଟେ ଟିଆଇ ପରେଡ୍ ପରେ ବିବନ ବିଶ୍ୱାଳଙ୍କୁ ଦୁଇଦିନ ପାଇଁ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ମିଳିଛି । ୪ ଓ ୫ ତାରିଖରେ ଦୁଇ ଦିନ ଧରି ବିବନକୁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି ।

Leave A Reply

Your email address will not be published.