ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର: ଖର୍ଚ୍ଚ ହେବ ୩ ହଜାର କୋଟି

ଭୁବନେଶ୍ୱର:(ରାଜ୍ୟକାହାଣୀ) ପାରାଦୀପ ବନ୍ଦରକୁ ବିଶ୍ୱସ୍ତରୀୟ କରିବା ପାଇଁ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟରେ ନିଷ୍ପତିି ହୋଇଛି । ‘ବିଶ୍ୱର ବିଜିନେସ ହବ’ ହେବ ଓଡିଶାର ପାରାଦୀପ । ପାରାଦୀପ ବନ୍ଦରର ନବୀକରଣ ଓ ବିଶ୍ୱସ୍ତରୀୟ ପାଇଁ ୩ ହଜାର କୋଟି ଖର୍ଚ୍ଚ ହେବ । ବନ୍ଦରରେ ନିର୍ମାଣ ହେବ ୱେଷ୍ଟର୍ଣ୍ଣ ଡକ୍ । ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟା ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, କମ ସମୟରେ ଅଧିକ ମାଲ ପରିବହନ ପାଇଁ ବଡ଼ ଜାହାଜ ନିର୍ମାଣ ଚାଲିଛି । ବଡ ଜାହାଜ ଆଣିବାକୁ ଭାରତକୁ ବଡ ବନ୍ଦର ଓ ଡକ ଦରକାର । ନବୀକରଣ ପରେ ପାରାଦୀପ ବନ୍ଦରକୁ ସେସବୁ ଜାହାଜ ଆସିପାରିବ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ପ୍ରଧାନମନ୍ତ୍ରୀ ଓ ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.