ବିବାହ ପରେ ହନିମୁନ ବଦଳରେ ଚାରିଧାମ ଯାତ୍ରା କଲେ ଏହି ଅଭିନେତ୍ରୀ

ମୁମ୍ବାଇ(ରାଜ୍ୟ କାହାଣୀ) ହନିମୁନ ପାଇଁ କାହାକୁ ପାହାଡ଼ ଜଙ୍ଗଲ ପସନ୍ଦ ଆସୁଥିବାବେଳେ ଆଉ କାହାକୁ ସମୁଦ୍ରକୂଳ ପସନ୍ଦ ଆସିଥାଏ । ସାଧାରଣତଃ ଟିଭି ଆକ୍ଟ୍ରେସ ଓ ଫିଲ୍ମ ଷ୍ଟାରମାନେ ନିଜର ହନିମୁନ ପାଇଁ ଏଭଳି ସ୍ଥାନ ବାଛିଥାନ୍ତି ।

କିନ୍ତୁ ହନିମୁନ ଛାଡି ଚାରିଧାମ ଯାତ୍ରାରେ ବାହାରି ଯାଇଛନ୍ତି ଟିଭି ଆକ୍ଟ୍ରେସ ମୋହେନା ସିଂ ଯିଏକି ନିକଟରେ ଉତ୍ତରାଖଣ୍ଡର କ୍ୟାବିନେଟ ମିନିଷ୍ଟର ସତ୍ୟପାଲ ମହାରାଜଙ୍କ ପୁଅଙ୍କୁ ବିବାହ କରିଛନ୍ତି । ମଧ୍ୟପ୍ରଦେଶର ଏକ ରୟାଲ ଫ୍ୟାମିଲିରେ ମୋହେନା ସିଂଙ୍କର ଜନ୍ମ ଏବଂ ତାଙ୍କର ବିବାହ ମଧ୍ୟ ବହୁତ ଚର୍ଚ୍ଚିତ ରହିଥିଲା ।

ମୋହେନା ସିଂ ଅନେକ ଟିଭି ସିରିୟଲରେ ଦେଖିବାକୁ ମିଳିଛନ୍ତି । ଷ୍ଟାର ପ୍ଲସର ମେଗା ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା ହେ’ରେ ସେ ‘କୀର୍ତ୍ତି’ ଚରିତ୍ରରେ ଦେଖିବାକୁ ମିଳିଥିଲେ ।

ଯଦିଓ ନିଜର ପରିଚୟ ସୃଷ୍ଟି କରିବା ପରେ ମୋହେନା ବର୍ତ୍ତମାନ ଆକ୍ଟିଙ୍ଗ କ୍ୟାରିୟରଠୁ ଦୁରେଇ ଅଛନ୍ତି ଏବଂ ନିଜର ଶାଶୁ ଶଶୁରଙ୍କ ସେବାରେ ଲାଗିପଡିଛନ୍ତି ।

Leave A Reply

Your email address will not be published.