ପାରସଙ୍କୁ କାହିଁକି ଚାପୁଡା ମାରିଲେ ଏହି ଅଭିନେତ୍ରୀ, ଜାଣନ୍ତୁ

ମୁମ୍ବାଇ (ରାଜ୍ୟ କାହାଣୀ) ବିଗ୍ବସ୍ ସିଜିନ୍ ୧୩ ର ଅନ୍ତିମ ସମୟ ପାଖେଇ ଆସିଲାଣି। ବିଗ୍ବସ୍ର ଏକ ଏପିସୋଡ୍ର ପ୍ରମୋ ସାମ୍ନାକୁ ଆସିଛି।

ଏହି ଏପିସୋଡ୍ରେ ପାରସ ଓ ମାହିରା ମଧ୍ୟରେ ଜୋରସୋରରେ ଝଗଡା ହେବାର ଦେଖାଯାଇଛି। ଭିଡିଓର ଉଭୟ ପରସ୍ପରଙ୍କୁ ଗାଳି ଦେବାର ଦେଖିବାକୁ ମିଳିଛି।
ଝଗଡା ହେଉଥିବା ସମୟରେ ମାହିରା ପାରସଙ୍କୁ ଚାପୁଡା ମାରିଥିଲେ। ପରବର୍ତ୍ତି ସମୟରେ ପାରସ ବହୁତ ରାଗିଯାଇଥିଲେ। ମାହିରାଙ୍କୁ ବୁଢାଇବା ପାଇଁ ଯାଇଥିଲେ ପାରସ ହେଲେ ରାଗରେ ମାହିରା ତାଙ୍କୁ ଚାପୁଡା ମାରିଥିଲେ।

ସେହି ସମୟରେ ପାରସ କହିଥିଲେ ଯେ, ତାଙ୍କ ପାଇଁ ନିଜ ଆତ୍ମ ସମ୍ମାନ ସବୁଠୁ ବଡ। ଯେଉଁ ଝିଅ ହାତ ଉଠାଏ ତାଠୁ ସେ ଦୂରରେ ରୁହନ୍ତି ବୋଲି କହିଥିଲେ ପାରସ। ପରେ ମାହିରା ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କଲେ ସତ ହେଲେ ପାରସ ରାଗି ପଳାଇଥିଲେ।

Leave A Reply

Your email address will not be published.