ଭାଇରାଲ ହେଉଛି ଶିଲ୍ପାଙ୍କ TikTok ଭିଡିଓ, ଦେଖନ୍ତୁ

ମୁମ୍ବାଇ(ରାଜ୍ୟ କାହାଣୀ) ୨୯ ଡିସେମ୍ବର ୧୯୮୯ରେ ମୁକ୍ତିଲାଭ କରିଥିବା ‘ମୈନେ ପ୍ୟାର କିୟା’ ଫିଲ୍ମ ୩ ଦଶନ୍ଧୀ ପୂରଣ ଅବସରରେ ଅଭିନେତ୍ରୀ ଶିଳ୍ପା ସେଟ୍ଟି ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଫିଲ୍ମକୁ ସେମାନଙ୍କ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଏଥିଲାଗି ସେମାନେ ଟିକ୍ଟକ୍ରେ ଏକ ଭିଡିଓ କରିଥିବା ବେଳେ ତାହା ଇଂଷ୍ଟାରେ ଫ୍ୟାନ୍ସଙ୍କୁ ବି ଖୁବ ପସନ୍ଦ ଆସିଛି।




ଉଭୟ ଫିଲ୍ମର ‘ଦିଲ ଦିୱାନା’ ଗୀତରେ ଲିପସିଂ କରୁଥିବା ବେଳେ ଏଥିରେ ଏକ ଫନି ଟ୍ୱିଟ୍ ଆସୁଛି। ନିଜେ ଶିଳ୍ପା ଏହି ଭିଡିଓକୁ ତାଙ୍କ ଇଂଷ୍ଟା ଆକାଉଣ୍ଟରେ ସେୟାର କରିବା ସହ କ୍ୟାପସନ୍ରେ ଲେଖିଛନ୍ତି ‘ଉମ୍ମିଦ ବନାମ ହକିକତ’ ଦିନକରେ ମୋ ଟିକ୍ଟକ୍ ଭିଡିଓରେ ଏତେ ଫଲୋଅର ହେବେ ତାହା ସେ କଳ୍ପନା ବି କରିନଥିଲେ ବୋଲି ଲେଖିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.