କାଲିଠୁ ଐତିହାସିକ କଟକ ବାଲିଯାତ୍ରା, ଟ୍ରାଫିକ୍‌ କଟକଣା ଜାରି

ଭୁବନେଶ୍ୱର ( ରାଜ୍ୟକାହାଣୀ )ଆସନ୍ତା ୨୪ ତାରିଖରେ ଆରମ୍ଭ ହେବାକୁ ଥିବା ଐତିହାସିକ କଟକ ବାଲିଯାତ୍ରା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ଆଇନ ଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣ ପାଇଁ କଟକ କମିସନରେଟ୍ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛି। ଏହା ଯାତ୍ରା ଦିନ ଗୁଡ଼ିକରେ ଅପରାହ୍ନ ୨ଟାରୁ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଜାରି ରହିବ ।ଭୁବନେଶ୍ୱର, ନନ୍ଦନକାନନ, ବାରଙ୍ଗ, ତ୍ରିଶୂଳିଆ ଓ ଖାନନଗର ରିଂ ରୋଡ଼ ପଟୁ ଆସୁଥିବା ୩ ଚକିଆ ଓ ୪ ଚକିଆ ଗାଡ଼ି ଗୁଡ଼ିକ ସିଡିଏ-୧୧ ଛକ ଦେଇ ଆସିବା ପରେ ଚହଟା ଛକ ପାଖରେ ଥିବା ପାର୍କିଂରେ ରଖିବେ । ସେଠାରୁ ପ୍ରଶାସନ ଦ୍ୱାରା ନିୟୋଜିତ ଗାଡ଼ିରେ ବାଲିଯାତ୍ରା ପଡ଼ିଆକୁ ଯିବେ । ବେଲିଭିଉ, ସତୀଚୌରା, ସେଲ୍ଟର ଛକ ଓ କନିକା ଛକ ଦେଇ ବାଲିଯାତ୍ରା ପଡ଼ିଆକୁ ଯାଇହେବନି । ଆଠଗଡ଼ ଓ ବାଙ୍କୀ ପଟୁ ଆସୁଥିବା ଗାଡ଼ି ନରାଜ ସେତୁ ଓ ମଧୁସୂଦନ ସେତୁ ହୋଇ ଆସି ଚହଟା ଛକ ପାଖ, ଗୋରାକବର ପଡ଼ିଆ କିମ୍ୱା ଖ୍ରୀଷ୍ଟିଆନ ପଡ଼ିଆରେ ପାର୍କିଂ କରିବେ । ସତୀଚୌରା ପଟୁ ଆସୁଥିବା ଦୁଇଚକିଆ ଗାଡ଼ି ସେଲ୍ଟର ଛକ ଓ କନିକା ଛକ ଦେଇ ଆସି ଦୟାଶ୍ରମ ସାମ୍ନା ପଡ଼ିଆ, ଖ୍ରୀଷ୍ଟିୟାନ ପଡ଼ିଆ କିମ୍ୱା କ୍ୟାଣ୍ଟନ୍ମେଣ୍ଟ୍ ଥାନା ସାମ୍ନା ପଡ଼ିଆରେ ପାର୍କିଂ କରିବେ ।ଗୋରାକବର, ଖ୍ରୀଷ୍ଟିଆନ୍ ପଡ଼ିଆ ଓ କ୍ୟାଣ୍ଟନ୍‌ମେଣ୍ଟ୍ ଥାନା ସାମ୍ନା ପଡ଼ିଆ ପାର୍କିଂ ଫୁଲ୍ ହୋଇଗଲେ ଗାଡ଼ିଗୁଡ଼ିକ ଚହଟା ଛକ ପାଖରେ ଥିବା ପାର୍କିଂରେ ଗାଡ଼ି ରଖିବେ । ଚଣ୍ଡୀ ଛକ ପଟୁ ଆସୁଥିବା ୩ ଓ ୪ ଚକିଆ ଗାଡ଼ି କେମ୍ବ୍ରିଜ୍ ସ୍କୁଲ ଆଗକୁ ଯାଇପାରିବେନି । ଏହି ଗାଡ଼ି କନିକା ଛକ ଓ ବିଜୁ ପଟ୍ଟନାୟକ ଛକ ଦେଇ ଗୋରାକବର କିମ୍ୱା ଖ୍ରୀଷ୍ଟିୟାନ ପଡ଼ିଆରେ ପାର୍କିଂ କରିବେ । ଏହି ପଟୁ ଆସୁଥିବା ୨ ଚକିଆ ଗାଡ଼ି କନ୍ଭେଣ୍ଟ୍ ସ୍କୁଲ ଓ ପିଏଚ୍‌ଡ଼ି ଅଫିସ ଦେଇ ଦୟାଶ୍ରମ ସାମ୍ନା ପଡ଼ିଆରେ ପାର୍କିଂ କରିବେ । ସମାଜ ଅଫିସ୍ ଛକ ପଟୁ ଓ କଟକ ପୁଲିସ ଲାଇନ୍ ଛକ ପଟୁ ଆସୁଥିବା ୩ ଓ ୪ ଚକିଆ ଗାଡ଼ି ନାରୀସେବା ସଦନ ହୋଇ ବାଲିଯାତ୍ରା ପଡ଼ିଆକୁ ଯିବନି ।

ଏହା ମିଶନ ରୋଡ୍-ଚଣ୍ଡୀ ଛକ-କନିକା ଛକ ବିଜୁପଟ୍ଟନାୟକ ଛକ ହୋଇ ଗୋରାକବର କିମ୍ବା ଖ୍ରୀଷ୍ଟିଆନ୍ ପଡ଼ିଆରେ ପାର୍କିଂ କରିବେ ।ସମାଜ ଅଫିସ ପଟୁ ଓ କଟକ ପୁଲିସ ଲାଇନ୍ ଛକ ପଟୁ ଆସୁଥିବା ଦୁଇଚକିଆ ଗାଡ଼ି ମଧୁସୂଦନ ଛକ ହୋଇ ଉପର ବାଲିଯାତ୍ରା ପଡ଼ିଆ ଓ ଫୁଡ୍‌କୋର୍ଟ ପଛ ପାର୍କିଂରେ ରଖିବେ । ଲାଏନ୍ସ ଚକ୍ଷୁ ଚିକିତ୍ସାଳୟ ଛକ ପଟୁ ଆସୁଥିବା ଗାଡ଼ି ବାରବାଟୀ ଷ୍ଟାଡିୟମ ପଛପଟ (କିଲ୍ ଖାନା) ଦେଇ ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ ନାହିଁ । ମାତାମଠ ଓ ଯୋବ୍ରା ଛକ ପଟୁ ଆସୁଥିବା ଗାଡ଼ି ଗୁଡ଼ିକ ‘ବୋସ’ ଇଞ୍ଜିନିୟରିଂ କଲେଜ ସାମ୍ନା ପଡ଼ିଆ, ମାତାମଠ ପାଖ, ହାଡ଼ିଆପଠା, ସିଲ୍‌ଭରସିଟି ବୋଟିଂ କ୍ଲବ୍ ପାଖ ଓ ତଳବାଲିଯାତ୍ରା ପଡ଼ିଆରେ ଥିବା ପାର୍କିଂରେ ଗାଡ଼ି ରଖିବେ । “ମୋ କଟକ ଛକ ଦେଇ ରିଂ ରୋଡ଼ ହୋଇ ତଳ ବାଲିଯାତ୍ରା ପଡ଼ିଆ, ସିଲଭର ସିଟି ବାଟିଂ କ୍ଲବ ପାଖ କିମ୍ବା ହାଡ଼ିଆ ପଠାରେ ପାର୍କିଂ କରିବେ ।’ ବାଲିଯାତ୍ରର ଉଭୟ ତଳ ଓ ଉପର ପଡ଼ିଆରେ ୧୨ ଶହ ଏଆଇ କ୍ୟାମେରା ଲଗାଯାଇଛି। ୭୦ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୪୦୦ ଅଫିସର୍ ପଡ଼ିଆ ଭିତରେ ନିୟୋଜିତ ହେବେ। ପଡ଼ିଆରେ ୩୮ ଟି ପୁଲିସ ୱାଚ୍ ଟାୱାର କରାଯାଇଛି। ଏହାରି ଉପରୁ ବନ୍ଧୁକଧାରୀ ପୁଲିସ ଭିଡ଼ ଉପରେ ନଜର ରଖିବେ। କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ରବିବାର ବାଲିଯାତ୍ରା ପଡ଼ିଆ ବୁଲି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ଉବୟ ପଡ଼ିଆରେ ୧୮ ଟି ପୁଲିସ ସହାୟତା କେନ୍ଦ୍ର କରାଯିବ।ବାଲିଯାତ୍ରା ପଡ଼ିଆରେ ମୋବାଇଲ, ଚେନ ଓ ମନି ପର୍ସ ଛିନତାଇ, ଚୋରି ଏବଂ ଅସାମାଜିକ ତତ୍ତ୍ବଙ୍କ ଉତ୍ପାତକୁ ଦୃଷ୍ଟିରେ ରଖି ଏହି ସହାୟତା କେନ୍ଦ୍ର କରାଯାଇଛି। ଅଭିଯୋଗକାରୀ କ୍ୟାଣ୍ଟନମେଣ୍ଟ ଥାନାକୁ ଯିବା ବଦଳରେ ଏହି କେନ୍ଦ୍ରରେ ନିଜର ଅଭିଯୋଗ ଦେଇପାରିବେ। ଟ୍ରାଫିକ ବ୍ୟବସ୍ଥାକୁ ପରିଚାଳନାକୁ କରିବାକୁ ମୁଖ୍ୟ ଦାୟିତ୍ବରେ ଅତିରିକ୍ତ ଟ୍ରାଫିକ ଡିସିପି ରହିବେ। ତାଙ୍କ ଅଧିନରେ ଜଣେ ଟ୍ରାଫିକ ଏସିପି, ଦୁଇ ଜଣ ଇନସ୍ପେକ୍ଟର, ୪ ଜଣ ଏସଆଇ, ୧୦ ଜଣ ଏଏସଆଇ ଓ ୧୦୦ ଟ୍ରାଫିକ କନଷ୍ଟେବଳ ଦାୟିତ୍ବରେ ରହିବେ।

You might also like