ଓଡ଼ିଶା ରାଜନୀତିରେ ଶୋକର ଛାୟା, ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରାଙ୍କ ପରଲୋକ

ଓଡ଼ିଶା ରାଜନୀତିର ଆଉ ଜଣେ ଅଭିଜ୍ଞ ଚେହେରାଙ୍କ ଅବସାନ । ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ରାସ ବିହାରୀ ବେହେରା ।୮୮ ବର୍ଷ ବୟସରେ ଭବାନୀପାଟଣାସ୍ଥିତ ନିଜ ବାସଭବନରେ ସେ ଆଖି ବୁଜିଛନ୍ତି।ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ ରହିଥିଲେ । ୧୯୭୭ ଓ ୧୯୮୫ରେ କୋକସରାରୁ ଦୁଇ ଥର ବିଧାୟକ ଏବଂ ୧୯୮୦ରେ କଳାହାଣ୍ଡିରୁ ଲୋକସଭା ସାଂସଦ ହୋଇଥିଲେ। ତାଙ୍କ ବିୟୋଗରେ କଳାହାଣ୍ଡି ସମେତ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି।ଜଣେ ଜନପ୍ରତିନିଧି ଭାବରେ ଲୋକଙ୍କ ସ୍ୱାର୍ଥ, ଅଞ୍ଚଳର ବିକାଶ ଏବଂ ସମାଜସେବା ପାଇଁ ତାଙ୍କର ଅବଦାନ ରହିଥିଲା। ରାଜନୀତି ସହ ସାହିତ୍ୟ ଓ ଭ୍ରମଣ ଲେଖାରେ ମଧ୍ୟ ଥିଲା ତାଙ୍କର ରୁଚି ରହିଥିଲା।୧୨ ଏପ୍ରିଲ ୧୯୩୮ ମସିହାରେ ଜନ୍ମଗ୍ରହଣ କରିଥିଲେ ରାସ ବିହାରୀ ବେହେରା । ପିତା ପ୍ରସନ୍ନ କୁମାର ବେହେରା ଏବଂ ପତ୍ନୀ ରାଜେଶ୍ୱରୀ ବେହେରା । ଭାରତୀୟ ଜାତୀୟ କଂଗ୍ରେସର ଜଣେ ସକ୍ରିୟ କର୍ମୀ ଭାବରେ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ତାଙ୍କ ରଚିତ ଉପନ୍ୟାସ ‘ବିଜୟୀ’ ତାଙ୍କ ସାହିତ୍ୟିକ ପ୍ରତିଭାର ପରିଚୟ ଦିଏ । ସେହିପରି ‘ଅନନ୍ୟସୃଷ୍ଟି କାନାଡ଼ା’ ଭ୍ରମଣ ସାହିତ୍ୟ ମାଧ୍ୟମରେ ନିଜର ଅନୁଭୂତିକୁ ପାଠକଙ୍କ ନିକଟରେ ପହଞ୍ଚାଇଥିଲେ ।

You might also like