ଓଡ଼ିଶା ଉପକୂଳରେ ନିର୍ଦ୍ଦିଷ୍ଟ କୃତ୍ରିମ ଲକ୍ଷ୍ୟକୁ ସଠିକ୍ ଭାବେ ଧ୍ୱଂସ କଲା ଅତ୍ୟାଧୁନିକ କ୍ଷେପଣାସ୍ତ୍ର

ଭୁବନେଶ୍ଵର (ରାଜ୍ୟ କାହାଣୀ )ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ (DRDO)ର ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ITR)ରୁ ଆଜି ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ସଫଳତାର ସହିତ ପରୀକ୍ଷା ହୋଇଛି।ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ରୁ ଆଜି ଦିନ ୧୧ଟା୧୯ଟାରେ ମିସାଇଲର ସଫଳ ପରୀକ୍ଷା ହୋଇଛି ।  ଆଇଟିଆର୍‌ର ଲଞ୍ଚପ୍ୟାଡ୍‌-୩ରୁ ଏହି ପରୀକ୍ଷଣ କରାଯାଇଥିଲା। କ୍ଷେପଣାସ୍ତ୍ରଟି ଆକାଶ ମାର୍ଗରେ ଗତି କରି ବଙ୍ଗୋପସାଗର ମଧ୍ୟରେ ଥିବା ଏକ ନିର୍ଦ୍ଦିଷ୍ଟ କୃତ୍ରିମ ଲକ୍ଷ୍ୟକୁ ସଠିକ୍ ଭାବେ ଧ୍ୱଂସ କରିଥିଲା। ପରୀକ୍ଷଣ ସମୟରେ ଏହାର ଗତିପଥ ତଥା କାର୍ଯ୍ୟଦକ୍ଷତାକୁ ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ ଏବଂ ଟେଲିମେଟ୍ରି ଷ୍ଟେସନ ମାଧ୍ୟମରେ ଅନୁଧ୍ୟାନ କରାଯାଇଥିଲା। ଏହି ପରୀକ୍ଷଣର ସମସ୍ତ ମାନଦଣ୍ଡ ଶତପ୍ରତିଶତ ସଫଳ ହୋଇଥିବା ଡିଆରଡିଓ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି।ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରଟି ଉଭୟ ଦିନ ଓ ରାତିରେ ସମାନ ଦକ୍ଷତାର ସହ କାର୍ଯ୍ୟ କରିବାକୁ ସକ୍ଷମ। ଏହାର ଉନ୍ନତ ନାଭିଗେସନ୍ ସିଷ୍ଟମ୍ ଏବଂ ଶକ୍ତିଶାଳୀ ୱାରହେଡ୍ ଶତ୍ରୁପକ୍ଷର ଯେକୌଣସି ଆକ୍ରମଣକୁ ପ୍ରତିହତ କରିବାର କ୍ଷମତା ରଖିଛି। ଆଜିର ଏହି ପରୀକ୍ଷଣ ସଫଳତା ସହ ଭାରତୀୟ ସେନାର ପ୍ରତିରକ୍ଷା ବଳ ଆହୁରି ମଜଭୁତ ହୋଇଛି।

You might also like