ଉତ୍କଳ ବିଶ୍ୱବିଦ୍ୟାଳୟରେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ଆତଙ୍କ ! ବାହାର ଖାଦ୍ୟ ଉପରେ ଲାଗିଲା କଟକଣା

ଭୁବନେଶ୍ଵର (ରାଜ୍ୟ କାହାଣୀ )ଉତ୍କଳ ବିଶ୍ବବିଦ୍ୟାଳୟ ଲେଡିଜ ହଷ୍ଟେଲରେ ଜଣ୍ଡିସ ପଜିଟିଭ ବାହାରିବା ପରେ ଲାଗିଲା କଟକଣା। ଉତ୍କଳ ବିଶ୍ୱବିଦ୍ୟାଳୟରେ ବାହାର ଖାଦ୍ୟ ଉପରେ ଲାଗିଲା କଟକଣା। ଗୁପ୍ ଚୁପ୍, ଚାଟ୍ ଓ ଫାଷ୍ଟଫୁଡ୍ ଭଳି ବାହାର ଖାଦ୍ୟ ଖାଇବା ଉପରେ ବିଶ୍ବବିଦ୍ୟାଳୟ ପକ୍ଷରୁ କଟକଣା ଲଗାଯାଇଛି। ଗୋବିନ୍ଦ ସାହୁ ମାର୍କେଟ୍ ସମେତ ଆଖପାଖ ଅଞ୍ଚଳର ଖାଦ୍ୟ ଦୋକାନର ଯାଞ୍ଚ ହେବ। ଖାଦ୍ୟ ଗୁଣବତ୍ତାରେ ଅବହେଳା ଦେଖାଗଲେ ତୁରନ୍ତ ଦୋକାନ ବନ୍ଦ କରାଯିବ ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ସୂଚନା ମୁତାବକ ୬ ଏବଂ ୭ ନମ୍ବର ମହିଳା ହଷ୍ଟେଲରେ ଛାତ୍ରୀମାନେ ସଂକ୍ରାମକ ରୋଗରେ ଆକ୍ରାନ୍ତ ହେବା ପରେ କ୍ୟାମ୍ପସରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଓ ମେଡିକାଲ୍ ଟିମ୍ ପକ୍ଷରୁ ହଷ୍ଟେଲରେ ପହଞ୍ଚି ୩୦ରୁ ଅଧିକ ଛାତ୍ରୀଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। କ୍ୟାମ୍ପସରେ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍, ଫାର୍ମାସୀ ଏବଂ ଜନସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲାଯାଇଛି । ହଷ୍ଟେଲଗୁଡ଼ିକୁ ୧ ହଜାର ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଛାତ୍ରୀମାନଙ୍କୁ ଫୁଟା ପାଣି ପିଇବାକୁ ପରାମର୍ଶ ଦିଆଯାଇଛି।

You might also like