ଆମେରିକୀୟ ଫେଡେରାଲ୍ ରିଜର୍ଭର ସୁଧ ହାର ବୃଦ୍ଧି ନିଷ୍ପତ୍ତି! ଡଲାର ଆଗରେ ଟଙ୍କା ଦୁର୍ବଳ
ଭାରତୀୟ ମୁଦ୍ରାର ମୂଲ୍ୟରେ ଆମେରିକୀୟ ଡଲାର ମୁକାବିଲାରେ ବ୍ୟାପକ ହ୍ରାସ । ଏହା ୧୦୦ ଟଙ୍କା ଛୁଇଁବା ଆଡ଼କୁ ଅଗ୍ରସର ହେଉଛି । ଗତ ଶୁକ୍ରବାର ଆମେରିକୀୟ ମୁଦ୍ରା ତୁଳନାରେ ଟଙ୍କା ୧୭ ପଇସା ମଜବୁତ ହୋଇ ୯୬.୭୧ ପ୍ରତି ଡଲାରରେ ବନ୍ଦ ହୋଇଥିଲା । ମାତ୍ର ବର୍ତ୍ତମାନର ଗତିକୁ ଦେଖି ଅର୍ଥନୈତିକ ବିଶେଷଜ୍ଞମାନେ ଆଗାମୀ ଦିନରେ ଏହା ୧୦୦ ଟଙ୍କା ପର୍ଯ୍ୟନ୍ତ ଖସିପାରେ ବୋଲି ଆଶଙ୍କା ପ୍ରକାଶ କରୁଛନ୍ତି ।ଏହି ସମୟରେ, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (IMF) ପକ୍ଷରୁ କୁହାଯାଇଛି ଯେ ଭାରତ ଟଙ୍କା ଉପରୋକ୍ତ ଚାପକୁ ସହ୍ୟ କରିବା ପାଇଁ ଯଥାଷ୍ଟ ସକ୍ଷମ । ଆମେରିକୀୟ ଫେଡେରାଲ୍ ରିଜର୍ଭର ସୁଧ ହାର ବୃଦ୍ଧି ନିଷ୍ପତ୍ତି ଗ୍ଲୋବାଲ୍ ଆର୍ଥିକ ସ୍ଥିତିକୁ ଆହୁରି କଠିନ କରିବ ଏବଂ ଭାରତ ଏକ୍ସଚେଞ୍ଜ୍ ରେଟ୍କୁ ଏକ ‘ଶକ୍ ଆବ୍ସର୍ବର’ ଭାବରେ କାମ କରିବାକୁ ଦେବ ବୋଲି IMF ମତ ଦେଇଛି । ବଜାରରେ ଅଧିକ ଅସ୍ଥିରତା ଦେଖାଗଲେ କିମ୍ବା ପାନିକ ସୃଷ୍ଟି ହେଲେ RBI ଡଲାର ବିକ୍ରି କରିପାରିବ ବୋଲି ମତ ପ୍ରକାଶ ପାଇଛି । ଟଙ୍କା ଉପରେ ଚାପ ପଡ଼ିବାର ଏକ ପ୍ରମୁଖ କାରଣ ହେଉଛି କ୍ରୁଡ୍ ଅଏଲ୍ ଦର । ଭାରତ ଏହାର ପ୍ରାୟ ୯୦ ପ୍ରତିଶତ କଞ୍ଚା ତେଲ ଆମଦାନୀ କରିଥାଏ । ତେଲ ଦର ବଢ଼ିଲେ ଦେଶର ବାଣିଜ୍ୟ ସନ୍ତୁଳନ ବିଗିଡ଼ି ଯାଏ ଏବଂ ଡଲାରର ଚାହିଦା ବଢ଼ିଯାଏ । କଞ୍ଚା ତେଲ ମୂଲ୍ୟରେ ୧ ଡଲାର ବୃଦ୍ଧି ପାଇଲେ ଭାରତର ବାର୍ଷିକ ଆମଦାନୀ ବିଲ୍ ପ୍ରାୟ ୧୮,୦୦୦ କୋଟି ଟଙ୍କା ବଢ଼ିଯାଇଥାଏ ।