ଲଜ୍ରେ ଚାଲିଥିଲା ଦେହ ବେପାର! ଦୁଇଜଣ ଯୁବକ ଅଟକ
ଭୁବନେଶ୍ୱର (ରାଜ୍ୟ କାହାଣୀ )ବ୍ରହ୍ମପୁର ସହରର ଟାଟା ବେଞ୍ଜ ନିକଟରେ ଥିବା ଏକ ଲଜ୍ରେ ଦେହ ବେପାର ଚାଲୁଥିଲା । ଏନେଇ ପୁଲିସକୁ ଖବର ମିଳିଥିଲା । ସୂଚନା ଆଧାରରେ ଟାଉନ୍ ଏସ୍ଡିପିଓ ଏବଂ ବିଏନ୍ପୁର ଥାନା ଅଧିକାରୀଙ୍କ ସହ ଗୋଟିଏ ପୁଲିସ ଟିମ୍ ସମ୍ପୃକ୍ତ ଲଜ୍ରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ସେଠାରେ ଥିବା ଦୁଇଜଣ ଯୁବକଙ୍କୁ ପୁଲିସ ଥାନାକୁ ଉଠାଇ ନେଇଛି । ଘଟଣା ସହ ଜଡ଼ିତ ଥିବା ସନ୍ଦେହରେ ଗ୍ରାହକ ଓ ଅନ୍ୟ ବ୍ୟକ୍ତିମାନଙ୍କୁ ପଚରାଉଚରା କରାଯାଉଛି । ପୁଲିସର ସୂଚନା ଅନୁସାରେ, ତଦନ୍ତ ସମୟରେ ଜଣେ ଗ୍ରାହକ, ଲଜ୍ର ମାଲିକ ଏବଂ ଦୁଇଜଣ ମହିଳାଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି । ତେବେ ଏହି ଘଟଣାରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ? ଏହା ପଛରେ କୌଣସି ବଡ଼ ନେଟୱର୍କ କାମ କରୁଛି କି ନାହିଁ ? ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।