ବାର୍‌ହା ସହ ଲଢ଼ି ଜୀବନ ବଞ୍ଚାଇଲେ ଯୁବକ

ଭୁବନେଶ୍ୱର (ରାଜ୍ୟ କାହାଣୀ )ବାରହା ସହ ମୁହାଁମୁହିଁ । ଜୀବନ ବଞ୍ଚାଇବା ପାଇଁ ୨୦ମିନିଟ ସଂଘର୍ଷ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ରାମଲେଙ୍କା ଗ୍ରାମର ଅଜୟ କୁମାର ବିଶ୍ୱାଳ ବାରହା ଆକ୍ରମଣରେ ଆହତ । । ଧାନ ବିଲକୁ ଯାଇଥିବା ବେଳେ ଗାଁର ଅଜୟ ବିଶ୍ବାଳଙ୍କୁ ଘେରିଯାଇଥିଲେ ୩ଟି ବାର୍‌ହା । ମାତ୍ର ସେ ସାହସର ସହ ୩ଟି ବାର୍‌ହା ସହ ଲଢ଼ିଥିଲେ । ପ୍ରାୟ ୨୦ ମିନିଟ୍ ଧରି ବାର୍‌ହାଙ୍କ ସହ ମୁକାବିଲା କରିବା ପରେ ବାର୍‌ହା ଜଙ୍ଗଲକୁ ଚାଲିଯାଇଥିଲେ । ମାତ୍ର ବାର୍‌ହା ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି ।ପରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସେ ଏବେ ସୁସ୍ଥ ଅଛନ୍ତି । କିଛି ମାସ ପୂର୍ବରୁ ବାରହା ଆକ୍ରମଣରେ ସାତପଡ଼ାରେ ଜଣେ ମହିଳାଙ୍କ ଜୀବନ ଯାଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇ ଏଯାଏଁ ଚିକିତ୍ସା ହେଉଛନ୍ତି ।

You might also like