କଟକ ଐତିହାସିକ ବାଲିଯାତ୍ରା। ପ୍ଲଟ୍ ନେବା ପାଇଁ ଆଜିଠାରୁ ଆବେଦନ
ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେବ କଟକ ଐତିହାସିକ ବାଲିଯାତ୍ରା। ତେବେ ପ୍ଲଟ୍ ନେବା ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ବାରବାଟୀ ପ୍ୟାଲେସଠାରେ ଦୁଇଟି ପର୍ଯ୍ୟାୟରେ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟ ଆବେଦନ ଆଜିଠୁ ଆରମ୍ଭ ହୋଇ ୧୭ ତାରିଖ ଓ ଦ୍ବିତୀୟ ପର୍ଯ୍ୟାୟ ଆବେଦନ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ନଭେମ୍ବର ୨ ତାରିଖରୁ ପ୍ଲଟ୍ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ନିଲାମ ପରେ ଯେଉଁ ପ୍ଲଟ୍ଗୁଡ଼ିକ ବଳକା ରହିଯିବ, ତାହା ସ୍ପଟ୍ ନିଲାମରେ ବିକ୍ରି କରାଯିବ । ଏଥର ବାଲିଯାତ୍ରା ଉଭୟ ତଳ ଓ ଉପର ପଡ଼ିଆରେ ଆୟୋଜିତ ହେବା। ତଳ ପଡ଼ିଆରେ ୧୪୫୨ଟି ଓ ଉପର ପଡ଼ିଆରେ ୫୯୨ଟି ଷ୍ଟଲ୍ ହେବ । ପ୍ଲଟ୍ଗୁଡ଼ିକର ମୂଲ୍ୟ ବର୍ଗଫୁଟ ପିଛା ୬୦ ଟଙ୍କାରୁ ୬୫ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି ।