ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡ଼ିଶା- ୨୦୨୬ ରେ ମୁଖ୍ୟ ଆକର୍ଷଣ କାଂକ୍ରେଜ୍ ଷଣ୍ଢ

ଭୁବନେଶ୍ୱର (ରାଜ୍ୟକାହାଣୀ )ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡ଼ିଶା- ୨୦୨୬ ରେ ମୁଖ୍ୟ ଆକର୍ଷଣ କାଂକ୍ରେଜ୍ ଷଣ୍ଢ |ବିଶେଷ ଲାୟର୍ ଆକୃତିର ଶିଙ୍ଗ। ଦୃଢ଼ ଓ ସନ୍ତୁଳିତ ଶରୀର। ମୁଖମଣ୍ଡଳ ଶାନ୍ତ ଅଥଚ ଚାହାଣୀରେ ନିଆରା ଅନ୍ଦାଜ୍। ‘ସୱାଇ ଚାଲ୍’ ବା ରାଜକୀୟ ଚାଲି ପାଇଁ ସାରା ବିଶ୍ଵରେ ପରିଚିତ କାଂକ୍ରେଜ୍ ଷଣ୍ଢକୁ ଦେଖିବା ପାଇଁ ଜନତା ମୈଦାନରେ ଅଭୂତପୂର୍ବ କୌତୁହଳ ଦେଖିବାକୁ ମିଳିଛି। ଭାରତର ସବୁଠାରୁ ଭାରି ପ୍ରଜାତିର ଗୋରୁ ଭାବେ ଏହାର ଅନନ୍ୟ ପରିଚୟ ରହିଛି। ଏହାର ବୟସ ଏବେ ୫ ବର୍ଷ, ଓଜନ ୭ କୁଇଣ୍ଟାଲ ଏବଂ ଉଚ୍ଚତା ୫ ଫୁଟ ୬ ଇଞ୍ଚ। ଦୈନିକ ଖାଦ୍ୟରେ ସବୁଜ ଘାସ, ମୁଗ, ପିଡ଼ିଆ, ଗହମ ଚୁନା, ଗୋଖାଦ୍ୟ, ଚଣା, ଚାଉଳ, ଭୁଷି ଆଦି ଦିଆଯାଇଥାଏ। ଖାଦ୍ୟ ବାବଦକୁ ମାସିକ ପ୍ରାୟ ୪୦,୦୦୦/- ଟଙ୍କା ଖର୍ଚ୍ଚ ହେଉଛି। ଗୁଜୁରାଟର କାଂକ୍ରେଜ୍ ଅଞ୍ଚଳରେ ଏହି ପ୍ରଜାତିର ଗୋରୁ ଦେଖାଯାଆନ୍ତି।

You might also like