ଓଡ଼ିଶା ପ୍ରଶାସନରେ ଛୋଟଧରଣର ଅଦଳବଦଳ, ୭ ଜଣ IAS ଅଧିକାରୀଙ୍କୁ ନୂଆ ଦାୟିତ୍ୱ

ରାଜ୍ୟରେ IAS ସ୍ତରରେ ଅଦଳବଦଳ। ରାଜ୍ୟ ସରକାର ଦୁଇଟି ଜିଲ୍ଲାର ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀଙ୍କ ଦାୟିତ୍ଵରେ ପରିବର୍ତ୍ତନ କରିଛନ୍ତି। ଏହା ଅନୁସାରେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ ବଦଳିଛନ୍ତି।ବୁଧବାର ଜାରି ବିଜ୍ଞପ୍ତି ଅନୁଯାୟୀ,

୧. ସିଏମଙ୍କ ଅତିରିକ୍ତ ସଚିବ ହେଲେ ନବରଙ୍ଗପୁର ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ ।
୨. ନୂଆପଡା ଜିଲ୍ଲାପାଳ ମଧୂସୁଦନ ଦାଶ ହେଲେ ଜିଏ ଆଣ୍ଡ ପିଜି ଅତିରିକ୍ତ ସଚିବ ।
୩. ଅନ୍ୟା ଦାଶ ହେଲେ ନବରଙ୍ଗପୁର ଜିଲ୍ଲାପାଳ
୪. ନୂଆପଡା ଜିଲ୍ଲାପାଳ ହେଲେ ମଧୁମିତା ।
୫. ପ୍ରଦୀପ ନାୟକ ହେଲେ ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ଅତିରିକ୍ତ ସଚିବ ।
୬.ଅସନୀ ଏ. ଏଲଙ୍କୁ ଭବାନୀପାଟଣା ଉପଜିଲ୍ଲାପାଳ ଦାୟିତ୍ୱ ମିଳିଛି ।
୭. କସ୍ତୁରୀ ସ’ ଙ୍କୁ ଜିଏ ଆଣ୍ଡ ପିଜି ଡିପାର୍ଟମେଣ୍ଟ ଅନୁସଚିବ ଦାୟିତ୍ୱ ମିଳିଛି ।

You might also like