ରାଜଧାନୀ ଭୁବନେଶ୍ୱରରେ ବଢ଼ିଲା ଶୀତର ପ୍ରକୋପ

ଭୁବନେଶ୍ଵର (ରାଜ୍ୟ କାହାଣୀ )ରାଜଧାନୀ ଭୁବନେଶ୍ୱରରେ ବଢ଼ିଲା ଶୀତର ପ୍ରକୋପ । ହଠାତ୍ ଖସିଲା ପାରଦ, ଥରିଲାଣି ପୂରା ରାଜଧାନୀ ।୧୩.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଶୀତ ଅନୁଭୂତ ହୋଇଛି । ଆଜି ସକାଳ ୫ଟା ୩୦ରେ ଭୁବନେଶ୍ୱରର ତାପମାତ୍ରା ୧୭.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।ସେହିପରି କେନ୍ଦୁଝରରେ ୧୪.୬, ସମ୍ବଲପୁରରେ ୧୬.୦, ପାରାଦୀପରେ ୧୯.୦ ଏବଂ ବାଲେଶ୍ୱରରେ ୧୮.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଗତ ତିନି ଦିନ ମଧ୍ୟରେ ୭.୬ ଡିଗ୍ରୀ ତାପମାତ୍ରା ତଳକୁ ଖସିଛି ।  ସକାଳୁ ଘରୁ ବାହାରୁଥିବା ଲୋକେ ଶୀତବସ୍ତ୍ରର ସାହାରା ନେଉଛନ୍ତି । ବିଶେଷକରି ସକାଳେ ଓ ରାତିରେ ଥଣ୍ଡାର ପ୍ରଭାବ ଅଧିକ ଅନୁଭବ ହେଉଛି ।

You might also like