Browsing Category

ଆଜିର ଖବର

ନିଶା ମାଫିଆଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିବ ଓଡ଼ିଶା ପୋଲିସ: ଖୋଲିବ ANTF

ଭୁବନେଶ୍ଵର( ରାଜ୍ୟ କାହାଣୀ ) ଓଡ଼ିଶାକୁ ସମ୍ପୂର୍ଣ୍ଣ ‘ନିଶାମୁକ୍ତ’ କରିବା ପାଇଁ ରାଜ୍ୟ ପୋଲିସ ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି । ଏଥର କେବଳ ଛୋଟ ନିଶା ବେପାରୀ ନୁହେଁ, ବରଂ ନିଶା ସିଣ୍ଡିକେଟ୍‌ର ଟପ୍ ଲେବଲ୍ ଅର୍ଗାନାଇଜର ଏବଂ ଅର୍ଥଦାତାମାନଙ୍କୁ ସିଧାସଳଖ ଟାର୍ଗେଟ୍ କରାଯିବ ।

SI ଆଶାୟୀଙ୍କ ପାଇଁ ବଡ଼ ଅପଡେଟ୍ । ଅକ୍ଟୋବର ସୁଦ୍ଧା ଏସଆଇ ପରୀକ୍ଷା: ଓୟୁଏସଏସଏସସି

SI ଆଶାୟୀଙ୍କ ପାଇଁ ବଡ଼ ଖବର । ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶେଷ ହେବ ପୋଲିସ SI ପରୀକ୍ଷା । ସୂଚନା ଦେଲେ OUSSSC ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ ।ପ୍ରଶ୍ନପତ୍ର ଲିକ୍ ପାଇଁ ବଞ୍ଚିତ ହୋଇଥିବା ସମସ୍ତ ପ୍ରାର୍ଥୀ ପୁଣିଥରେ ପରୀକ୍ଷା ଦେଇପାରିବେ । ବିଜ୍ଞପ୍ତି ପ୍ରକାଶ ପରେ ବୟସ ସୀମା

ଦୀର୍ଘ 15 ଦିନ ଧରି ରାଜ୍ୟରେ ଯେଉଁ ପାଠ୍ୟ ପୁସ୍ତକକୁ ନେଇ ଉଦବେଗ ପ୍ରକାଶ ପାଇଛି ଏନେଇ ଓଡ଼ିଶା ସ୍ୱାଭିମାନ

ଭୁବନେଶ୍ଵର (ରାଜ୍ୟ କାହାଣୀ )ଦୀର୍ଘ 15 ଦିନ ଧରି ରାଜ୍ୟରେ ଯେଉଁ ପାଠ୍ୟ ପୁସ୍ତକକୁ ନେଇ ଉଦବେଗ ପ୍ରକାଶ ପାଇଛି ଏନେଇ ଓଡ଼ିଶା ସ୍ୱାଭିମାନ ମଞ୍ଚ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି। ନିକଟରେ ଓଡ଼ିଶା ସ୍ୱାଭିମାନ ମଞ୍ଚ ପକ୍ଷରୁ ସାରା ରାଜ୍ୟରେ ଯେଉଁ ଜନ ମତ ଲୋଡ଼ା ଯାଇଥିଲା, ସେଥିରେ ରାଜ୍ୟର

ସୌମ୍ୟ ସ୍ୱାଇଁ ହତ୍ୟା ମାମଲା : ରିମାଣ୍ଡରେ ତଥ୍ୟ ଓଗାଳିବେ ୩ ଅଭିଯୁକ୍ତ

ଭୁବନେଶ୍ଵର (ରାଜ୍ୟ କାହାଣୀ )ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ସ୍ବାଇଁ ହତ୍ୟା ମାମଲାରେ ଦୁଇ ଦିନ ରିମାଣ୍ଡରେ ଆସିଲେ ତିନି ଅଭିଯୁକ୍ତ । ପୁଲିସ ଦ୍ବାରା ଗିରଫ ହୋଇଥିବା ୧୧ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣ ଅଭିଯୁକ୍ତଙ୍କୁ ଦୁଇଦିନ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଲେ

ତ୍ରୁଟିର ଏବେ ତର୍ଜମା ଚାଲିଛି, ଖୁବଶୀଘ୍ର ପିଲାଙ୍କୁ ନୂଆ ବହି ଯୋଗାଇ ଦିଆଯିବ

ଭୁବନେଶ୍ଵର (ରାଜ୍ୟ କାହାଣୀ )ରାଜ୍ୟର ସମସ୍ତ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସ୍ପଷ୍ଟ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍. ଥିରୁମାଲା ନାୟକ। ଖୁବଶୀଘ୍ର

ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର । ଲିଟର ପିଛା ୫ ଟଙ୍କା କମିଲା ବିମାନ ଇନ୍ଧନ ଦର

ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର । ମହଙ୍ଗା ଆଭିଏସନ ଫୁଏଲ ଉପରେ ସରକାର ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଏୟାର ଲାଇନ୍ସମାନଙ୍କର ଉଡାଣ ଖର୍ଚ୍ଚରେ ହ୍ରାସ କରିବାକୁ ଯାଇ ସରକାର ଲିଟର ପିଛା ଇନ୍ଧନ ଦାମ୍ ୫ ଟଙ୍କା ହ୍ରାସ କରିଛନ୍ତି । ଅର୍ଥାତ ଜେଟ୍ ଫୁଏଲ୍ ବା ଏୟାର ଟରବାଇନ୍ ଫୁଏଲ୍ ଦାମ୍

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଆନ୍ଦୋଳନ, କଳାବ୍ୟାଜ ପିନ୍ଧି ଦେଖୁଛନ୍ତି ରୋଗୀ

ଭୁବନେଶ୍ଵର (ରାଜ୍ୟ କାହାଣୀ )ଆଜିଠୁ ଡାକ୍ତରଙ୍କ ଆନ୍ଦୋଳନ । ଜାତୀୟ ଡାକ୍ତର ଦିବସରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର । ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ରୋଗୀ ସେବା ବନ୍ଦ । କଟକ ଏସିବି ମେଡିକାଲ କଲେଜରେ କଳା ବ୍ୟାଜ ପିନ୍ଧି କାର୍ଯ୍ୟକୁ ଓହ୍ଲାଇଛନ୍ତି ଜୁନିୟର ଡାକ୍ତର ଓ RDA ଡାକ୍ତର

ପୀତବାସ ପଣ୍ଡା ହତ୍ୟା କେସ୍‌ରେ ନୂଆ ମୋଡ଼, ବିକ୍ରମ ପଣ୍ଡାଙ୍କ ଉପରୁ ଉଠିଲା ହତ୍ୟା ଦଫା

ଭୁବନେଶ୍ଵର( ରାଜ୍ୟ କାହାଣୀ) ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆସିଛି ନୂଆ ମୋଡ଼ । ଚୂଡ଼ାନ୍ତ ଚାର୍ଜସିଟରେ ୧୪ ଅଭିଯୁକ୍ତଙ୍କ ନାଁରୁ କଟିଛି ହତ୍ୟା ଦଫା ।ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ସାକ୍ଷ୍ୟ ପ୍ରମାଣକୁ ବଳିଷ୍ଠ କରିବା ପାଇଁ ନୂଆ ୨୭ ଜଣ ସାକ୍ଷୀ ଏବଂ କିଛି

ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିଛି ମୌସୁମୀ ବର୍ଷା। ଆଉ ସପ୍ତାହେ ଧରି ବର୍ଷା ସମ୍ଭାବନା

ଭୁବନେଶ୍ଵର (ରାଜ୍ୟ କାହାଣୀ )ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ଣ୍ଣ ମାତ୍ରାରେ ସକ୍ରିୟ ହୋଇଉଠିଛି । ରାତି ସାରା ବର୍ଷିବା ପରେ ଏବେ ବି ବର୍ଷୁଛି । ଗତକାଲି ଠାରୁ ବର୍ଷା ଲାଗି ରହିଛି । ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ

ଜୁଲାଇ ୧ରୁ ସାରା ଦେଶରେ ବଡ଼ ପରିବର୍ତ୍ତନ; ବଢ଼ିଲା ପାସପୋର୍ଟ ଫି, ଆଧାର ନିୟମରେ ବି ହେଲା ସଂଶୋଧନ

ଆଜିଠାରୁ ଦେଶରେ କେତେକ ନିୟମ ଲାଗୁ ହେବାକୁ ଯାଉଛି। ଯାହା ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାରରେ ପ୍ରଭାବିତ କରିବ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାସପୋର୍ଟ ଫିରେ କରାଯାଇଥିବା ବୃଦ୍ଧି ଜୁଲାଇରୁ ଲାଗୁ ହେବ । ୩୬ ପୃଷ୍ଠା ବିଶିଷ୍ଟ ପାସପୋର୍ଟ ପାଇଁ ଫି ୧୫୦୦ ଟଙ୍କାରୁ ବଢ଼ି ୨୫୦୦