ରାଜ୍ୟରେ ପ୍ରଥମ ଥର ପାଇଁ ଜେଲରେ ଲାଗିଲା AI କ୍ୟାମେରା,ଆଉ ଜେଲ୍ରୁ ଖସି ପାରିବେନି କଏଦୀ
ଜେଲ ଭିତରକୁ ଫିଙ୍ଗିଲେ ଡିଟେକ୍ଟ ହେବ ଜିନିଷ । ନିଶା ଦ୍ରବ୍ୟ କିମ୍ବା କୌଣସି ସନ୍ଦେହ ଜିନିକ ପଦାର୍ଥ ଫିଙ୍ଗିଲେ ହେବ ଡିକ୍ଟେକ୍ଟ ।ଜେଲ୍ରେ କଏଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଲାଗିବ AI କ୍ୟାମେରା । ଏନେଇ ସୂଚନା ଦେଇଛନ୍ତି ଜେଲ୍ ଡିଆଇଜି ବୀରେନ୍ ସାହୁ ।
ଜେଲ୍ ଡିଆଇଜି କହିଛନ୍ତି, “ପ୍ରଥମ ପର୍ଯ୍ୟାୟରେ ୧୮ଟି ଜେଲ୍ରେ ଏଆଇ କ୍ୟାମେରା ଲଗାଯିବ । ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳ ଜିଲ୍ଲା କାରାଗାରରେ ଏଆଇ କ୍ୟାମେରା ଲାଗିଛି । ଲାଗିଥିବା କ୍ୟାମେରା ସଫଳତାର ସହ କଏଦୀ ଖସିଲେ ଚିହ୍ନଟ କରି ସାଇରନ୍ ବଜାଇବାରେ ସକ୍ଷମ ହୋଇଛି ।”ଦ୍ୱୀତିୟ ପର୍ଯ୍ୟାୟରେ ୪ଟି ବଡ଼ ଜେଲରେ ଲାଗିବ । ଯେଉଁଠି ୩୨ଟି ଲେଖାଏଁ କ୍ୟାମେରା ଲାଗିବ।ଝାରପଡ଼ା,ଚୋଦ୍ବାର,ସମ୍ବଲପୁର ,ବ୍ରହ୍ମପୁର ଜେଲ ରହିଛି ।ସେ ଆହୁରି କହିଛନ୍ତି, “ଏଆଇ କ୍ୟାମେରା ଖାଲି କଏଦୀଙ୍କ ଗତିବିଧି ଉପରେ ନଜର ରଖିବା ତା ନୁହେଁ । ନିଶା ଦ୍ରବ୍ୟ ମଧ୍ୟ ବାହାରୁ ଭିତରକୁ ଫିଙ୍ଗିଲେ ଧରା ପଡ଼ିବ । ଏଆଇ କ୍ୟାମେରାର ପରିସରରେ ଯଦି କେହି ପ୍ରବେଶ କଲେ କିମ୍ବା ଅତିକ୍ରମ କଲେ ସାଇରନ୍ ବାଜିବ । ଡ୍ୟୁଟିରେ ଥିବା କର୍ମଚାରୀ ଆଲର୍ଟ ହୋଇ ପଦକ୍ଷେପ ନେଇ ପାରିବେ ।”କଏଦୀଙ୍କ ଭଳି କୌଣସି ସାମଗ୍ରୀ ବାହାରୁ ଭିତରକୁ ଫିଙ୍ଗିବା ଏବଂ ଭିତରୁ ବାହାରକୁ ଫିଙ୍ଗିଲେ ମଧ୍ୟ ଏଆଇ କ୍ୟାମେରା ସାଇରନ୍ ବଜାଇବ ।