ଅଭିନେତା ପିୟୁଷଙ୍କୁ ମିଳିଲା ଆଶ୍ବସ୍ତି । ଅଭିନୟ ଜାରି ରଖିବେ ପିୟୁଷ ।

ଭୁବନେଶ୍ୱର (ରାଜ୍ୟକାହାଣୀ )ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ମଞ୍ଚରେ ଚଢ଼ି ଅଭିନୟ ଜାରି ରଖିବେ ପିୟୁଷ । ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀଙ୍କ ମାମଲାରେ ରାୟ ରଖିଲା ଅଦାଲତ । ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶ ଉଠାଇଲେ କୋର୍ଟ । ମାମଲାରେ ରାୟ ଶୁଣାଇ ଭୁବନେଶ୍ବର ସିଭିଲ କୋର୍ଟ ପୀୟୂଷଙ୍କୁ ଯାତ୍ରା ‘ସିଂହବାହିନୀ’ରୁ ମଞ୍ଚ ଚଢ଼ିବାକୁ ଅନୁମତି ଦେଇଛନ୍ତି। ଆଉ କୋର୍ଟଙ୍କ ଏହି ରାୟ ପରେ ପୀୟୂଷଙ୍କର ଖଣ୍ଡଗିରିରେ ମଞ୍ଚ ଚଢ଼ିବା ପଥ ପରିଷ୍କାର ହୋଇଛି। ବର୍ତ୍ତମାନ ସିଂହବାହିନୀରେ ଅଭିନୟ କରୁଛନ୍ତି ପୀୟୂଷ ।ଜାନୁଆରୀ ୧୦ ତାରିଖରେ ପୀୟୂଷଙ୍କୁ ଭୁବନେଶ୍ବର କୋର୍ଟ ଅର୍ଡର କପି ମିଳିଥିଲା। ମଞ୍ଚ ବାରଣ ନେଇ ଭୁବନେଶ୍ବର କୋର୍ଟ ଅର୍ଡର କପି ଦେଇଥିଲେ। ମାମଲାରେ ପକ୍ଷଭୁକ୍ତ ହୋଇଥିବା ସଞ୍ଜୀବ ପାଢ଼ୀଙ୍କୁ ମଧ୍ୟ ଅର୍ଡର କପି ମିଳିଥିଲା। ଜାନୁଆରୀ୧୨ ତାରିଖରେ ଉଭୟଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା। ହେଲେ ପୀୟୂଷଙ୍କ ପକ୍ଷରୁ ତାଙ୍କ ଓକିଲ ହାଜର ହୋଇଥିଲେ। ପୂର୍ବରୁ ପୀୟୂଷ କହିଥିଲେ କୋର୍ଟଙ୍କ ପାଖରୁ ନୋଟିସ ପାଇ ନାହିଁ, ନୋଟିସ ପାଇଁ ଅପେକ୍ଷା କରିଛି ନୋଟିସ ନ ପାଇବା ପର୍ଯ୍ୟନ୍ତ ମୁଁ ମଞ୍ଚ ଚଢିବି।

You might also like