ଓଡ଼ିଶାରେ କମିଲା ବଜ୍ରପାତ ମୃତ୍ୟୁ, ୨୦୨୫-୨୬ରେ ୨୫୭ ଜଣଙ୍କ ମୃତ୍ୟୁ : ମନ୍ତ୍ରୀ

ଭୁବନେଶ୍ୱର ( ରାଜ୍ୟକାହାଣୀ )ରାଜ୍ୟରେ କମିଛି ବଜ୍ରପାତ ଜନିତ ମୃତ୍ୟୁ ହାର । ୨୦୧୯-୨୦ରେ ୩୫୦ଙ୍କ ଜୀବନ ଯାଇଥିବା ବେଳେ ୨୦୨୪-୨୫ରେ ୨୪୩ ଜଣ ଓ ୨୦୨୫-୨୬ରେ ୨୫୭ ଜଣଙ୍କ ଜୀବନ ନେଇଛି ବଜ୍ରପାତ । ବିଧାନସଭାରେ ଏଭଳି ଲିଖିତ ଉତ୍ତର ରଖିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।। କେନ୍ଦ୍ର ସରକାର ବଜ୍ରପାତରେ ମୃତ୍ୟୁ ବରଣ କରୁଥିବା ପ୍ରତି ମୃତ ବ୍ୟକ୍ତି ପାଇଁ ୮ ଲକ୍ଷ ତାଙ୍କର ଅନୁକମ୍ପା ମୂଳକ ସହାୟତା ରାଶିର ପ୍ରାବଧାନ କରିଛନ୍ତି । ଏଥିସହ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପକ୍ଷରୁ ବିକଶିତ ସତର୍କ ମୋବାଇଲ ଆପ ମାଧ୍ୟମରେ ବଜ୍ରପାତ ସମେତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସୂଚନା ଜନସାଧାରଣଙ୍କୁ ଦିଆଯାଉଛି । ଭାରତ ସରକାରଙ୍କ ଏମପିଏଲଏସ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଙ୍କ ସହଯୋଗରେ ରାଜ୍ୟର ୫ଟି ବଜ୍ରପାତ ପ୍ରବଣ ଜିଲ୍ଲା ଗଞ୍ଜାମ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, କଟକରେ କାର୍ଯ୍ୟକାରୀ କରାଯାଉଛି । ବଜ୍ରପାତ ଜନିତ ମୃତ୍ୟୁ ହ୍ରାସ ପାଇଁ ରାଜ୍ୟ ସରକାର ତାଳ ଗଛ ଲଗାଇବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗକୁ ୧୪.୭୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଉପକୂଳବର୍ତ୍ତୀ ଜିଲ୍ଲାର ବହୁମୁଖୀ ବାତ୍ୟା, ପୋଲିସ ଷ୍ଟେସନ, ପାନ୍ଥ ନିବାସ ଇତ୍ୟାଦି ସ୍ଥାନମାନଙ୍କରେ ୧୨୨ଟି ଆଲର୍ଟ ସାଇରନ ଟାୱାର ସ୍ଥାପନ କରାଯାଇଛି । ଏହା ଛଡା ସରକାର ଆବଶ୍ୟକତାକୁ ବିଚାରକୁ ନେଇ ଏହି କ୍ଷେତ୍ରରେ ସମ୍ବଳ ଆଧାରରେ ବଜେଟ ବ୍ୟବସ୍ଥା କରିବେ ।ସେହିପରି ଚଳିତ ବର୍ଷ ବନ୍ୟା, ବାତ୍ୟା, ଘୂର୍ଣ୍ଣିଝଡ଼, ବଜ୍ରପାତ, ସାପ କାମୁଡା ଓ ପାଣିରେ ବୁଡି ୪୬୪ ଲୋକଙ୍କ ଜୀବନ ଯାଇଛି । ଗଞ୍ଜାମ ଭୂସ୍ଖଳନରେ ଏ ଯାଏଁ ୬ ଜଣ ନିଖୋଜ ଅଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

You might also like