୬ ମାସରେ ଟ୍ରାଫିକ ଫାଇନରୁ ୨୬୪.୬୬ କୋଟି ଆଦାୟ
ନିୟମ ଭାଙ୍ଗି ତଣ୍ଡ ଗଣୁଛନ୍ତି ଅମାନିଆ ଗାଡି ଚାଳକ । ମାତ୍ର ୬ ମାସରେ ୨୬୪ କୋଟି ୬୬ ଲକ୍ଷ ଜରିମାନା ଆଦାୟ । ଗୃହରେ ଏକ ଲିଖିତ ଉତ୍ତର ମାଧ୍ୟମରେ ଏହି ସୂଚନା ଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ ମଧ୍ୟରେ ରାଜ୍ୟ ସରକାର ଟ୍ରାଫିକ୍ ଜରିମାନା ବାବଦକୁ ୨୬୪.୬୬ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଜରିମାନାରୁ ୬୬ କୋଟି ୭୧ ଲକ୍ଷ ବ୍ଲାକ ସ୍ପଟ ମରାମତିରେରେ ଖର୍ଚ୍ଚ ହୋଇଛି ।